ଭୁବନେଶ୍ବର: ଓଡ଼ିଶାର ପ୍ରତିଭାବାନ ବ୍ୟାଡ୍ମିଣ୍ଟନ୍ ତାରକା ଋତୁପର୍ଣ୍ଣା ପଣ୍ଡା ନେପାଳ ଇଣ୍ଟର୍ନ୍ୟାସନାଲ୍ ଚାଲେଞ୍ଜ୍ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ମହିଳା ଯୁଗଳ ରୌପ୍ୟ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି। କାଠମାଣ୍ଡୁରେ ଚାଲିଥିବା ଏହି ପ୍ରତିଯୋଗିତାର ଫାଇନାଲରେ ରବିବାର ଚତୁର୍ଥ ମାନ୍ୟତାପ୍ରାପ୍ତ ଭାରତୀୟ ଋତୁପର୍ଣ୍ଣା ପଣ୍ଡା ଏବଂ କେ ମନୀଷା ଶୀର୍ଷ ମାନ୍ୟତାପ୍ରାପ୍ତ ଅଷ୍ଟ୍ରେଲୀୟ ଯୋଡ଼ି ସତ୍ୟାନା ମପାସା-ଗ୍ରୋନ୍ୟା ସୋମରଭିଲଙ୍କ ନିକଟରୁ ୧୦-୨୧, ୨୨-୧୮, ୧୧-୨୧ରେ ହାରିଯାଇଥିଲେ। ପୂର୍ବରୁ ଋତୁପର୍ଣ୍ଣା-ମନୀଷା କ୍ବାର୍ଟର ଫାଇନାଲରେ ୨୧-୨୩, ୨୧-୧୦, ୨୧-୧୭ରେ କୋରିଆର କିମ୍ ମିନ୍ ଜୀ -ଗା ଉନ୍ ପାର୍କଙ୍କୁ ଏବଂ ସେମିଫାଇନାଲରେ ୧୭-୨୧, ୨୧-୧୩, ୨୧-୧୭ରେ ଥାଇଲାଣ୍ଡ୍ର ଚାସିନ୍ କୋରେପାପ୍ ଓ କ୍ବାଞ୍ଚାନକ୍ ସୁଦଜାଇପ୍ରପାରତଙ୍କୁ ପରାସ୍ତ କରିଥିଲେ।
ନେପାଳ ଚାଲେଞ୍ଜର୍ସ ବ୍ୟାଡ୍ମିଣ୍ଟନ୍, ଋତୁପର୍ଣ୍ଣାଙ୍କୁ ରୌପ୍ୟ
/sambad/media/post_attachments/wp-content/uploads/2019/11/sdgsd4gsdg4s987dgs98g47sg65s4g65s4g65s4gsdddddddddd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)