ନେପାଳ ନୂଆ ଦିନିକିଆ ଦଳ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍‌ରେ ନେପାଳର ସୁର୍ଯ୍ୟୋଦୟ ହୋଇଛି। ପ୍ରଥମ ଥର ପାଇଁ ଦିନିକିଆ ଦଳ ଭାବେ ଐତିହାସିକ ଯୋଗ୍ୟତା ଅର୍ଜନ କରିଛି। ଗୁରୁବାର ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟର ଏକ ମ୍ୟାଚ୍‌ରେ ପପୁଆ ନିୟୁ ଗିନିକୁ ୬ ଓ୍ଵିକେଟ୍‌ରେ ହରାଇଦେବା ଫଳରେ ନିଜ ପାଇଁ ଏକ ଗୌରବମୟ ଅଧ୍ୟାୟ ଯୋଡ଼ିଛି। ୨୦୦୮ ମସିହାରୋ ଡିଭିଜନ୍‌-୫ରେ ଥିବା ଏହି ଭାରତ ପଡ଼ୋଶୀ ରାଷ୍ଟ୍ର ଏବେ ଅନ୍ତର୍ଜାତୀୟ କ୍ରିକେଟ୍‌ର ଶୀର୍ଷ ସୋପାନରେ ପହଞ୍ଚିଯାଇଛି। ଗୁରବାରର ବିଜୟରେ ଦୀପେନ୍ଦ୍ର ସିଂହ ଆରିଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବି ଚର୍ଚାକୁ ଆସିଛି। ସେ ୧୪ ରନରେ ୪ ଓ୍ଵିକେଟ୍‌ ଦଖଲ କରିବା ସହିତ ୫୮ ବଲ୍‌ରୁ ଶତକ ଅର୍ଜନ କରିଥିଲେ। ନିକଟ ଅତୀତରେ ଆଇସିସି ନେପାଳ କ୍ରିକେଟ୍‌ ବୋର୍ଡକୁ ନିଲମ୍ବିତ କରିଥିଲେ ମଧ୍ୟ ଏବେ ଏହାର ଜାତୀୟ ଦଳ ଏକାଧିକ ଶେଷ ଓଭର ବିଜୟ ସହିତ ବିଶ୍ୱ ମଇଦାନକୁ ଆସିବାର ଯୋଗ୍ୟତା ପାଇଛନ୍ତି।

ସମ୍ବନ୍ଧିତ ଖବର