ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ଆରମ୍ଭ ହେବା ପୂର୍ବରୁ କ୍ରିକେଟପ୍ରେମୀଙ୍କୁ ଏକ ଭଲ ଖବର ମିଳିଛି। ଅଭିଜ୍ଞ ଦ୍ରୁତ ବୋଲର ଜସପ୍ରୀତ ବୁମରାହ ଇତିହାସ ରଚିଛନ୍ତି। ତାଙ୍କୁ ଆଇସିସି, ୨୦୨୪ର ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ଭାବରେ ମନୋନୀତ କରିଛି। ୨୦୨୪ ମସିହାରେ, ଜସପ୍ରୀତ ବୁମରାହ ଟେଷ୍ଟ କ୍ରିକେଟରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ସେ ଭାରତୀୟ ଦଳ ପାଇଁ ରେଡ୍ ବଲ୍ କ୍ରିକେଟରେ ମୋଟ ୧୩ଟି ମ୍ୟାଚ୍ ଖେଳିଥିଲେ। ଏହି ସମୟରେ, ସେ ୧୪.୯୨ ହାରରେ ୭୧ଟି ୱିକେଟ୍ ନେବାରେ ସଫଳ ହୋଇଥିଲେ। ବୁମରାହ ଭାରତର ପ୍ରଥମ ଦ୍ରୁତ ବୋଲର ଯିଏ ଟେଷ୍ଟ ଫର୍ମାଟରେ ଏହି ବିଶେଷ ସମ୍ମାନ ପାଇଛନ୍ତି।
ତେବେ ଏତେ ବଡ଼ ସମ୍ମାନ ପରେ ବୁମରାଙ୍କ ମୋଟ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଜାତୀୟ ଗଣମାଧ୍ୟମ ମୁତାବକ, ବୁମରା ମୋଟ ୬୦କୋଟିର ମାଲିକ ଅଟନ୍ତି। ଜସପ୍ରୀତ ବୁମରାହ ପ୍ରତି ବିଜ୍ଞାପନ ପାଇଁ ପ୍ରାୟ ୨ କୋଟି ଟଙ୍କା ନେଉଥିବା ଜଣାପଡ଼ିଛି। ସେ ଡ୍ରିମ୧୧, ଆସିକ୍ସ, ୱାନପ୍ଲସ୍, ବୋଟ୍ ଏବଂ ସିଗ୍ରାମର ରୟାଲ୍ ଷ୍ଟାଗ୍ ଭଳି ଶ୍ରେଷ୍ଠ ବ୍ରାଣ୍ଡ ସହିତ ଜଡିତ। ଆଇପିଏଲ-୨୦୨୫ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୧୮ କୋଟି ଟଙ୍କାରେ ରିଟେନ୍ କରିବା ପରେ ସେ ଦଳର ସର୍ବାଧିକ ପାରିଶ୍ରମିକପ୍ରାପ୍ତ ଖେଳାଳି ହୋଇଛନ୍ତି। ତାଙ୍କ ପାଖରେ ୨ କୋଟି ଟଙ୍କା ମୂଲ୍ୟର ମର୍ସିଡିଜ୍ ମେବାଚ୍ ଏବଂ ୨.୧୫ କୋଟି ଟଙ୍କା ମୂଲ୍ୟର ନିସାନ୍ ଜିଟି-ଆର୍ ଭଳି ବିଳାସପୂର୍ଣ୍ଣ କାର ଅଛି। ତାଙ୍କ ପାଖରେ ଏକ ରେଞ୍ଜ ରୋଭର ଭେଲର ମଧ୍ୟ ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/01/27/sDmo1HgsLG6KwvZfhQxd.jpg)