ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪ରେ ଦୁଇଟି କାଂସ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଥିବା ଭାରତୀୟ ସୁଟର ମନୁ ଭାକରଙ୍କୁ ଖେଳ ରତ୍ନ ପୁରସ୍କାର ପାଇଁ ମନୋନୀତ କରାଯାଇନାହିଁ। ୩୦ଜଣକ ମଧ୍ୟରେ ତାଙ୍କ ନାମ ନାହିଁ। ଅଲିମ୍ପିକ୍ ଗେମ୍ସରେ ଦୁଇଟି ପଦକ ଜିତି ଇତିହାସ ରଚିଥିବା ମନୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ପାଇଁ ବିବେଚିତ ନହେବାରୁ ଖୁସି ନଥିବା ସାମ୍ନାକୁ ଆସିଛି।
ଏମଧ୍ୟରେ ତାଙ୍କର ମୋଟ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମନୁ ଭାକରଙ୍କ ମୋଟ ସମ୍ପତ୍ତି ମୂଲ୍ୟ ପ୍ରାୟ ୧୨କୋଟି ଟଙ୍କା। ସେ ଭାଗ ନେଉଥିବା ପ୍ରତିଯୋଗିତାରୁ ରୋଜଗାର କରିବା ସହିତ ବିଜ୍ଞାପନ ଏବଂ ଅନ୍ୟାନ୍ୟ ଜିନିଷରୁ ଟଙ୍କା ଆୟ କରନ୍ତି। ୨୦୧୮ରେ ମନୁ ଯୁବ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହା ପରେ ହରିୟାଣା ସରକାର ତାଙ୍କୁ ୨କୋଟି ଟଙ୍କା ଦେବାକୁ ଘୋଷଣା କରିଥିଲେ। ପରେ ମନୁ ଭାକର ସୋସିଆଲ ମିଡିଆରେ ଏହି ପ୍ରତିଶ୍ରୁତିଗୁଡ଼ିକୁ 'ଜୁମଲା(ଫମ୍ପା)' ବୋଲି କହିଥିଲେ। ମନୁ ପଦକ ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪ରେ ଦୁଇଟି କାଂସ୍ୟ ପଦକ ଜିତିବା ପରେ ଏହି ଟୁଇଟ୍ ବହୁତ ଭାଇରାଲ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/12/24/Te5fsAq6wjeZutdMVw1g.jpg)