ମୁମ୍ବାଇ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ରୋହିତ ଶର୍ମା, ବିରାଟ କୋହଲି ଓ ଆର ଅଶ୍ବିନଙ୍କ ଅବସର ପରେ କିଏ ଭାରତୀୟ ଟେଷ୍ଟ୍ ଦଳର ପରବର୍ତ୍ତୀ ଅଧିନାୟକ ହେବ? ବହୁଦିନ ହେବ ଲାଗିରହିଥିବା ସେ ଅଙ୍କକଷାରେ ପୂର୍ଣ୍ଣଛେଦ ପଡ଼ିଛି। ଅଜିତ ଅଗରକରଙ୍କ ନେତୃତ୍ବାଧୀନ ଜାତୀୟ ବରିଷ୍ଠ ଚୟନ ସମିତି ୨୫ ବର୍ଷୀୟ ପଞ୍ଜାବୀ ତାରକା ଶୁବମନ ଗିଲ୍ଙ୍କ ମୁଣ୍ଡରେ ସୁନାକଳସ ଢ଼ାଳିଛି। ଇଂଲଣ୍ଡ ଗସ୍ତ ଲାଗି ଗିଲ୍ଙ୍କୁ ଅଧିନାୟକ ଦାୟିତ୍ବ ମିଳିଛି। ଫଳରେ ଭାରତୀୟ କ୍ରିକେଟ୍ରେ ଏକ ନୂଆ ଯୁଗର ଶୁଭାରମ୍ଭ ହୋଇଛି। ଅଧିନାୟକ ନିଯୁକ୍ତ ହେବା ପରେ ତାଙ୍କ ଗୌରବମୟ ଯାତ୍ରାର ଶୁଭକାମନା କରି ବହୁ ପୂର୍ବତନ କ୍ରିକେଟର୍ ଶୁଭେଚ୍ଛାବାର୍ତ୍ତା ପଠାଇଛନ୍ତି। ସେହିଭଳି ଗିଲ୍ଙ୍କ ନେତୃତ୍ବରେ ଇଂଲଣ୍ଡରେ ଭାରତ ଭଲ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଗିଲ୍ଙ୍କୁ ଏହି ଗୁରୁ ଦାୟିତ୍ବ ମିଳିବା ପରେ ତାଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଶୁଭମନ ଗିଲ୍ ସେପ୍ଟେମ୍ବର ୮, ୧୯୯୯ରେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପଞ୍ଜାବରେ ତାଙ୍କ ପ୍ରାଥମିକ ଶିକ୍ଷା ଶେଷ ହୋଇଥିଲା। କ୍ରିକେଟ ଖେଳିବା ପସନ୍ଦ ଥିବାରୁ ଗିଲ୍ ପାଠ ପଢ଼ାକୁ ଅଧାରୁ ଛାଡ଼ି କ୍ରିକେଟକୁ ନିଜ ପେସା କରିଥିଲେ। ଏହି ଯୁବ ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ୨୦୧୮ରେ ଆଇପିଏଲ୍ ଖେଳିବା ଆରମ୍ଭ କରିଥିଲେ। ଯଦି ଆମେ ତାଙ୍କ କ୍ୟାରିୟରକୁ ଦେଖିବା, ତେବେ ଭଲ ପ୍ରଦର୍ଶନ ହେତୁ ତାଙ୍କର ରୋଜଗାର ବର୍ଷକୁ ବର୍ଷ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୨୦୨୫ ମସିହାରେ ଶୁଭମନ ଗିଲଙ୍କ ମୋଟ ସମ୍ପତ୍ତି ୫୦କୋଟିରେ ପହଞ୍ଚିଛି। ତାଙ୍କର ମାସିକ ରୋଜଗାର ବିଷୟରେ କହିବାକୁ ଗଲେ ସେ ମାସକୁ ୬୬,୦୯,୨୮୦ ଟଙ୍କା ରୋଜଗାର କରନ୍ତି।
ଶୁଭମନ ଗିଲଙ୍କୁ ୨୦୨୪ରେ ବିସିସିଆଇ କେନ୍ଦ୍ରୀୟ ଚୁକ୍ତି ତାଲିକାରେ ସାମିଲ କରିଥିଲା। ତାଙ୍କୁ ବିସିସିଆଇର ଗ୍ରେଡ୍ ଏ ଚୁକ୍ତିନାମା ମିଳିଥିଲା, ଯାହା ଦ୍ବାରା ତାଙ୍କୁ ବାର୍ଷିକ ୭କୋଟି ଟଙ୍କା ମିଳୁଛି। ଆଇପିଏଲରୁ ସେ ୧୬.୫୦କୋଟି ଟଙ୍କା ରୋଜଗାର କରୁଛନ୍ତି। ଏହା ବ୍ୟତୀତ ବିଜ୍ଞାପନରୁ ବି ଗିଲ୍ ଟଙ୍କା ଆୟ କରନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/05/25/DZDNjtv9WaPWmhRbopLV.jpg)