ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଆଜି ମୁମ୍ବାଇରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଦଳ ଘୋଷଣା କରିଛନ୍ତି। ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ଦଳର କମାଣ୍ଡ ରୋହିତ ଶର୍ମାଙ୍କ ହାତରେ ରହିବ। ସବୁଠୁ ବଡ଼ କଥା ହେଲା ଶୁଭମନ ଗିଲଙ୍କୁ ଚାମ୍ପିଅନ୍ସ ଟ୍ରଫି ପାଇଁ ଉପ-ଅଧିନାୟକ କରାଯାଇଛି। ଆଇପିଏଲ୍ କ୍ୟାରିୟରର ମାତ୍ର ଚାରି-ପାଞ୍ଚ ବର୍ଷ ମଧ୍ୟରେ ସେ ଜଣେ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଯଦି ତାଙ୍କ ରୋଜଗାର ଓ ସମ୍ପତ୍ତି ବିଷୟରେ କୁହାଯାଏ, ତେବେ ସେ କୋଟି କୋଟି ଟଙ୍କାର ମାଲିକ ଅଟନ୍ତି।
ଶୁଭମନ ଗିଲ୍ ସେପ୍ଟେମ୍ବର ୮, ୧୯୯୯ରେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପଞ୍ଜାବରେ ତାଙ୍କ ପ୍ରାଥମିକ ଶିକ୍ଷା ଶେଷ ହୋଇଥିଲା। କ୍ରିକେଟ ଖେଳିବା ପସନ୍ଦ ଥିବାରୁ ଗିଲ୍ ପାଠ ପଢ଼ାକୁ ଅଧାରୁ ଛାଡ଼ି କ୍ରିକେଟକୁ ନିଜ ପେସା କରିଥିଲେ। ଏହି ଯୁବ ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ୨୦୧୮ରେ ଆଇପିଏଲ୍ ଖେଳିବା ଆରମ୍ଭ କରିଥିଲେ। ଯଦି ଆମେ ତାଙ୍କ କ୍ୟାରିୟରକୁ ଦେଖିବା, ତେବେ ଭଲ ପ୍ରଦର୍ଶନ ହେତୁ ତାଙ୍କର ରୋଜଗାର ବର୍ଷକୁ ବର୍ଷ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୨୦୨୫ ମସିହାରେ ଶୁଭମନ ଗିଲଙ୍କ ମୋଟ ସମ୍ପତ୍ତି ୩୨କୋଟିରେ ପହଞ୍ଚିଛି। ତାଙ୍କର ମାସିକ ରୋଜଗାର ବିଷୟରେ କହିବାକୁ ଗଲେ ସେ ମାସକୁ ୬୬,୦୯,୨୮୦ ଟଙ୍କା ରୋଜଗାର କରନ୍ତି।
ଶୁଭମନ ଗିଲଙ୍କୁ ୨୦୨୪ରେ ବିସିସିଆଇ କେନ୍ଦ୍ରୀୟ ଚୁକ୍ତି ତାଲିକାରେ ସାମିଲ କରିଥିଲା। ତାଙ୍କୁ ବିସିସିଆଇର ଗ୍ରେଡ୍ ଏ ଚୁକ୍ତିନାମା ମିଳିଥିଲା, ଯାହା ଦ୍ବାରା ତାଙ୍କୁ ବାର୍ଷିକ ୭କୋଟି ଟଙ୍କା ମିଳିବ। ଗୁଜରାଟ ଟାଇଟାନ୍ସ ତାଙ୍କୁ ୮କୋଟି ଟଙ୍କାରେ କିଣିଥିବା ବେଳେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ପାଇଁ ୩ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ନିଅନ୍ତି ଗିଲ୍। ଏହା ବ୍ୟତୀତ ବିଜ୍ଞାପନରୁ ବି ଗିଲ୍ ଟଙ୍କା ଆୟ କରନ୍ତି। ଗିଲ୍ ଟାଟା କ୍ୟାପିଟାଲ୍, ସିଏଟ୍, ଭାରତ ପେ, ମାଇ ୧୧ ସର୍କଲ୍ ଇତ୍ୟାଦି ସମେତ ଅନେକ ବ୍ରାଣ୍ଡର ଆମ୍ବାସାଡାର ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/01/18/Pn3NBGnfj14xIhIkuLFe.jpg)
