ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଷ୍ଟାର କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା ଏବେ ଛାଡପତ୍ର ନେଇଛନ୍ତି। ଗୁରୁବାର ମୁମ୍ବାଇ ପରିବାର ଅଦାଲତରେ ଏହି ଦମ୍ପତି ଛାଡପତ୍ର ପ୍ରକ୍ରିୟା ସମାପ୍ତ କରିଛନ୍ତି। ଏହି ଖବର ସେମାନଙ୍କ ଉଭୟ ପ୍ରଶଂସକଙ୍କ ହୃଦୟକୁ ଭାଙ୍ଗି ଦେଇଛି। ଏହି ସୂଚନା କୋର୍ଟରେ ଉପସ୍ଥିତ ଜଣେ ଓକିଲ ଗଣମାଧ୍ୟମକୁ ଦେଇଥିବା ବେଳେ ଧନଶ୍ରୀଙ୍କ ଓକିଲ ଏପର୍ଯ୍ୟନ୍ତ କୌଣସି ରାୟ ଶୁଣାଯାଇନଥିବା କହିଛନ୍ତି। ଏମଧ୍ୟରେ ଚହଲଙ୍କ ମୋଟ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Advertisment

ଜାତୀୟ ଗଣମାଧ୍ୟମ ମୁତାବକ, ସେ ମୋଟ ୪୫କୋଟି ଟଙ୍କାର ମାଲିକ ଅଟନ୍ତି। ଆଇପିଏଲ ରୋଜଗାର, ସରକାରୀ ଚାକିରି ଏବଂ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ସେ ଟଙ୍କା ଆୟ କରନ୍ତି। ଆଇପିଏଲ ୨୦୨୫ ପାଇଁ ପଞ୍ଜାବ କିଙ୍ଗ୍ସ ତାଙ୍କୁ ୧୮କୋଟିରେ କିଣିଛି। ତାଙ୍କ ଆଇପିଏଲ କ୍ୟାରିୟର ଦେଖିଲେ ୨୦୨୨ ପର୍ଯ୍ୟନ୍ତ ସେ ୧୨ଟି ସିଜିନରେ ଖେଳି ୩୧.୨ କୋଟି ରୋଜଗାର କରିଥିଲେ। ଅନ୍ୟପକ୍ଷରେ ୨୦୧୮ରୁ ସେ ଆୟକର ଅଧିକାରୀ ଭାବରେ କାମ କରୁଛନ୍ତି। ଏଥିପାଇଁ ଚହଲଙ୍କୁ ମାସକୁ ୪୪,୯୦୦ରୁ ୧,୪୨,୪୦୦ଟଙ୍କା ପ୍ରଦାନ କରାଯାଉଛି।

ତାଙ୍କ ପାଖରେ ପୋର୍ସେ କାୟେନ୍ ଏସ୍, ରୋଲ୍ସ ରଏସ୍, ଏବଂ ଲାମ୍ବୋର୍ଗିନିୟ ସେଣ୍ଟେନାରିଓ ଭଳି ବିଳାସପୂର୍ଣ୍ଣ କାର୍ ରହିଛି। ଏହା ସହ ଗୁରୁଗ୍ରାମରେ ୨୫କୋଟିର ଘର ରହିଛି।