ନେତାଜୀ ଫୁଟ୍‌ବଲ୍‌ସଂଘର୍ଷ କ୍ଲବ୍‌ ବିଜେତା

ଖଇରା,: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍‌ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଚାନ୍ଦଗୋଛି ଖେଳ ପଡ଼ିଆରେ ଆୟୋଜିତ ନେତାଜୀ ଅନ୍ତଃଜିଲ୍ଲା ଫୁଟ୍‌ବଲ୍‌ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଭୁବନେଶ୍ୱରର ସଂଘର୍ଷ କ୍ଲବ୍‌ ବିଜେତା ହୋଇଛି। ଫାଇନାଲ୍‌ ମ୍ୟାଚ୍‌ଷର ସଂଘର୍ଷ କ୍ଲବ୍‌ ୪-୧ (ଟ୍ରାଇବେକ୍‌ର) ଗୋଲ୍‌ରେ ସୁନ୍ଦରଗଡ଼ ଫୁଟ୍‌ବଲ୍‌ କ୍ଲବ୍‌କୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟରେ କୌଣସି ଦଳ ଗୋଲ୍‌ କରିବାକୁ ସକ୍ଷମ ହୋଇନଥିବା ବେଳେ ଟ୍ରାଇବ୍ରେକର୍‌ରେ ଫଳାଫଳ ନିର୍ଣ୍ଣୟ ହୋଇଥିଲା। ସୁଶାନ୍ତ ମିଶ୍ର ରେଫରି ଦାୟିତ୍ୱ ତୁଲାଇଥିବା ବେଳେ ଦାମୋଦର ବେହେରା, ବିଭୂତି ପତି, ବଂଶୀଧର ବାରିକ, ଶଶି ବେହେରା ଖେଳ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର