ଭାରତଠୁ ଢେର ଆଗରେ ନେଦରଲାଣ୍ଡ

କେବଳ ଅଲିମ୍ପିକ୍ସକୁ ଛାଡ଼ିଲେ ଅନ୍ୟାନ୍ୟ ପ୍ରତିଯୋଗିତାରେ ଭାରତ ଅପେକ୍ଷା ନେଦରଲାଣ୍ଡର ସଫଳତା ହାର ବହୁ ଉର୍ଧ୍ବରେ ରହିଛି। ବିଶେଷ କରି ବିଶ୍ବକପ୍‌ରେ ନେଦରଲାଣ୍ଡ ତିନିଟି ସ୍ବର୍ଣ୍ଣ ଜିତିଥିଲା ବେଳେ ଭାରତ ଏ ପର୍ଯ୍ୟନ୍ତ ଗୋଟିଏ ସ୍ବର୍ଣ୍ଣରେ ସନ୍ତୁଷ୍ଟ ରହିଛି। ୧୯୭୩ରୁ ୨୦୧୪ ମଧ୍ୟରେ ନେଦରଲାଣ୍ଡ ମଧ୍ୟ ବିଶ୍ବକପ୍‌ରେ ତିନି ଥର ରୌପ୍ୟ ପଦକ ପାଇଛି ଓ ଦୁଇଥର କାଂସ୍ୟ ଜିତିଛି। ଅନ୍ୟପକ୍ଷରେ ଭାରତ ୧୯୭୫ ବିଶ୍ବକପ୍ ସ୍ବର୍ଣ୍ଣ ସହ ଆଉ ମାତ୍ର ଗୋଟିଏ ଲେଖାଏଁ ରୌପ୍ୟ ଏବଂ କାଂସ୍ୟ ହାସଲ କରିଛି। ବିଶ୍ବ ହକିର ଅନ୍ୟତମ ସମ୍ମାନଜନକ ପ୍ରତିଯୋଗିତା ଚାମ୍ପିଅନ୍ସ ଟ୍ରଫିରେ ନେଦରଲାଣ୍ଡ ୮ ଥର ବିଜେତା ହୋଇଛି। ଏହି ପ୍ରତିଯୋଗିତାରେ ଭାରତ ଥରେ ହେଲେ ବି ବିଜେତା ହେବାର ସୌଭାଗ୍ୟ ପାଇ ନାହିଁ। ଅଲିମ୍ପିକ୍ସରେ କିନ୍ତୁ ଭାରତ ୮ ସ୍ବର୍ଣ୍ଣ ସହ ନେଦରଲାଣ୍ଡ (୨)ଠାରୁ ବହୁ ଆଗରେ ରହିଛି। ନେଦରଲାଣ୍ଡ ବିଶ୍ବ ହକି ଲିଗରେ ଥରେ ସ୍ବର୍ଣ୍ଣ ପାଇଛି। ଭାରତ ଭାଗ୍ୟରେ ଏ ପର୍ଯ୍ୟନ୍ତ ଏହି ସଫଳତା ଜୁଟିନାହିଁ।

ସମ୍ବନ୍ଧିତ ଖବର