ନୂଆଦିଲ୍ଲୀ: ବାସ୍ ଡି'' ଲିଡ୍ଙ୍କ ଅଲରାଉଣ୍ଡ୍ ସଫଳତା ବଦଳରେ ଟ୍ବେଣ୍ଟି-୨୦ ବିଶ୍ବକପ୍ର ୧୦ମ ମ୍ୟାଚ୍ରେ ନାମିବ୍ୟାକୁ ୭ ଓ୍ବିକେଟ୍ରେ ପରାସ୍ତ କରିଛି ନେଦରଲାଣ୍ଡସ୍। ନିଜର ପ୍ରଥମ ମ୍ୟାଚରେ ପାକିସ୍ତାନଠାରୁ ଅଳ୍ପକେ ହାରିଯାଇଥିବା ନେଦରଲାଣ୍ଡସ୍ ପାଇଁ ଏହା ପ୍ରତିଯୋଗିତାର ପ୍ରଥମ ବିଜୟ।
ମଙ୍ଗଳବାର ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ନେଦଲାଣ୍ଡସ୍ ଟସ ଜିତି ନାମିବ୍ୟାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ନାମିବ୍ୟା ଆରମ୍ଭରୁ ଲରେନ ଷ୍ଟିମକାମ୍ପ୍( ୬ ବଲରୁ ୬)ଙ୍କ ଓ୍ବିକେଟ୍ ହରାଇବା ପରେ ଜାନ ଫ୍ରାଇଲିଙ୍କ୍ ( ୨୬ବଲ୍ରୁ ୩୦ରନ) ଓ ଜାନ ନିକୋଲ ଲଫଟି-ଇଟନ (୩୮ ବଲରୁ ୪୨ )ଙ୍କ ମଧ୍ୟରେ ୫୦ ରନର ଏକ ଭାଗୀଦାର ଦେଖିବାକୁ ମିଳିଥିଲା। ଫ୍ରାଇଲିଙ୍କ୍ ପାଭିଲି​ୟନ ଫେରିବା ପରେ ଲଫଟି-ଇଟନ ଗେରହାର୍ଡ ଇରାସ୍ମସ୍(୯ ବଲରୁ ୧୮)ଙ୍କ ସହ ମିଶି ୩୫ ରନର ଆଉ ଏକ ଭାଗୀଦାର କରିଥିଲେ। ଜେଜେ ସ୍ମିଟ୍ ୧୫ଟି ବଲରୁ ୨୨ରନର ଏକ ଉପଯୋଗୀ ପାଳି ଖେଳିଥିବାବେଳେ ଜେନ ଗ୍ରୀନ ଓ ରୁବେଲ ଥମ୍ପେଲମ୍ୟାନ୍ ୯ ରନ ଲେଖାଏଁ ଯୋଗଦାନ ଦେଇଥିଲେ। ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ୍ ୧୫୬ ରନ କରିଥିଲା। ୧୫୭ ରନ ଲକ୍ଷ୍ୟକୁ ନେଦରଲାଣ୍ଡ୍ ୧୮ ଓଭରରେ ୩ ଓ୍ବିକେଟ୍ ହରାଇ ହାସଲ କରିନେଇଥିଲା। ଦଳ ପକ୍ଷରୁ ବାସ୍ ଡି ଲିଡ୍ ମାତ୍ର ୪୮ ବଲରୁ ଅପରାଜିତ ୭୨ ରନର ଏକ ପାଳି ଖେଳି ଦଳୀୟ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେହିପରି କଲିନ ଅକରମ୍ୟାନ ୩୨ (୨୮ ବଲ୍) ଓ ମାଇକେଲ୍ ଲେଭିଟ୍ ୨୮(୧୫ ବଲ୍)ର ଉପଯୋଗୀ ପାଳି ଖେଳିଥିଲେ। ଅଲ୍ ରାଉଣ୍ଡ ପ୍ରଦର୍ଶନ ( ୭୨ ରନ*, ୨/୨୦) ପାଇଁ ବାସ୍ ଡି ଲିଡ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଆହୁରି ପଢ଼ନ୍ତୁ: Turmeric: ୫୦ଟନ୍ କୋଷାଗୁମୁଡ଼ା ହଳଦୀ କିଣିବ ଓରମାସ
ସଂକ୍ଷିପ୍ତ ସ୍କୋର୍: ନାମିବ୍ୟା ୨୦ ଓଭରରେ ୧୫୬/୮ (ଲଫଟି ଇଟନ ୪୨, ଜାନ ଫ୍ରାଇଲିଙ୍କ୍ ୩୦, ଜେଜେ ସ୍ମିଟ୍ ୨୨*, ବାସ୍ ଡି'' ଲିଡ୍ ୨/୨୦)। ନେଦରଲାଣ୍ଡସ୍ ୧୮ ଓଭରରେ ୧୫୯/୩ (ବାସ୍ ଡି'' ଲିଡ୍ ୭୨*, କଲିନ ଅକରମ୍ୟାନ ୩୨, ମାଇକେଲ୍ ଲେଭିଟ୍ ୨୮, ବର୍ନାର୍ଡ ସ୍କୋଲଜ୍ ୧/୨୮, ରୁବେନ ଥମ୍ପଲମ୍ୟାନ ୧/୩୦, ଲଫଟି ଇଟନ ୧/୩୧)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/10/ne-2026-02-10-16-48-03.jpg)