ନୂଆଦିଲ୍ଲୀ: ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ଶନିବାର ଆଉ ଏକ ଗୌରବ ଆଣିଛନ୍ତି। ଫିନଲାଣ୍ଡ୍ର ଟୁର୍କୁରେ ଶନିବାର ରାତିରେ ଅନୁଷ୍ଠିତ ବର୍ଷାବାଧାପ୍ରାପ୍ତ କୁର୍ଟନ ଗେମ୍ସରେ ନୀରଜ ୮୬.୬୯ ମିଟର୍ ଜାଭଲିନ୍ ଫିଙ୍ଗି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହି ବିଜୟ ପଥରେ ଚୋପ୍ରା ପୂର୍ବତନ ବିଶ୍ବ ବିଜେତା ଗ୍ରେନାଡ଼ାର ଆଣ୍ଡରସନ୍ ଏବଂ ତ୍ରିନିଦାଦ ଟବାଗୋର କେଶର୍ଣ୍ଣ ୱାଲକଟ୍ଙ୍କୁ ପଛରେ ପକାଇଥିଲେ। ୨୪ ବର୍ଷୀୟ ଚୋପ୍ରା ଗତ ସପ୍ତାହରେ ସେହି ଟୁର୍କୁଠାରେ ୮୯.୩୦ ମିଟର୍ ପ୍ରଦର୍ଶନ ସହିତ ପାଭୋ ନୁର୍ମି ଗେମ୍ସରେ ରୌପ୍ୟ ପଦକ ଜିତିଥିଲେ। ଜୁଲାଇ ମାସର ବିଶ୍ବ ପ୍ରତିଯୋଗିତା ଏବଂ ଏହାର ପରବର୍ତୀ ଏସୀୟ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ନଜରରେ ରଖି ଏବେ ଚୋପ୍ରା ବିଦେଶ ଗସ୍ତରେ ନିଜକୁ ପ୍ରସ୍ତୁତ କରୁଛନ୍ତି। ୧୦ ମାସ ତଳେ ଟୋକିଓ ଅଲିମ୍ପିକ୍ସରେ ନୀରଜ ୮୭.୫୮ ମିଟର୍ ଫିଙ୍ଗି ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ହୋଇଥିଲେ।
ନୀରଜ ଚୋପ୍ରାଙ୍କୁ କୁର୍ଟାନ୍ ଗେମ୍ସ ସ୍ବର୍ଣ୍ଣ
/sambad/media/post_attachments/wp-content/uploads/2021/12/niraj-chopra.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)