ନାପିଏର: ଭାରତ-ନ୍ୟୁଜିଲାଣ୍ଡ ସୀମିତ ଓଭର ଶୃଙ୍ଖଳାର ପ୍ରଥମ ମୁକାବିଲା ନାପିଏରଠାରେ ବୁଧବାର ଖେଳାଯିବ। ଅଭେଦ୍ୟ ଦୁର୍ଗ ଅଷ୍ଟ୍ରେଲିଆକୁ ଦଖଲ କରିବା ପରେ ଭାରତ ପାଇଁ ନ୍ୟୁଜିଲାଣ୍ଡ ନୂଆ ଆହ୍ବାନ ଭାବେ ଉଭା ହୋଇଛି। ନ୍ୟୁଜିଲାଣ୍ଡରେ ଭାରତୀୟ କ୍ରିକେଟ୍ ଦଳର ଅତୀତ ପ୍ରଦର୍ଶନ ସେତେଟା ଭଲ ନଥିବାରୁ କୋହଲି ବାହିନୀ ପାଖରେ ଏଠାରେ ଆଉ ଏକ ସ୍ମରଣୀୟ ବିଜୟ ହାସଲ କରିବାର ସୁଯୋଗ ରହିବ। ପ୍ରଥମ ଦିନିକିଆ ବୁଧବାର ନାପିଏରରେ ଖେଳାଯିବ। ଏହା ପରେ ମୌନଗୁଇ (ଜାନୁଆରି ୨୬ ଓ ୨୮), ହାମିଲଟନ୍ (ଜାନୁଆରି ୩୧) ଓ ୱେଲିଂଟନ୍ (ଫେବ୍ରୁଆରି ୩)ରେ ପରବର୍ତୀ ଚାରିଟି ମ୍ୟାଚ୍ ଖେଳାଯିବ। ତିନି ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳା ୱେଲିଂଟନଠାରେ ଫେବ୍ରୁଆରି ୬ରୁ ଆରମ୍ଭ ହେବ। ଭାରତୀୟ କ୍ରିକେଟ୍ ଦଳ ଏଥର ନ୍ୟୁଜିଲାଣ୍ଡରେ ପାଞ୍ଚଟି ଦିନିକିଆ ଏବଂ ତିନିଟି ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବ। ଦିନିକିଆ ମ୍ୟାଚ୍ ଭାରତୀୟ ସମୟ ସକାଳ ୭.୩୦ରୁ ଆରମ୍ଭ ହେବ। ଅନ୍ୟପକ୍ଷରେ ପ୍ରଥମ ଏବଂ ଶେଷ ଟ୍ବେଣ୍ଟି-୨୦ ଅପରାହ୍ନ ୧୨.୩୦ ଏବଂ ଦ୍ବିତୀୟ ଟ୍ବେଣ୍ଟି-୨୦ ୧୧.୩୦ରୁ ଆରମ୍ଭ ହେବ।
ଭାରତୀୟ ଦିନିକିଆ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ଅମ୍ବାତି ରାୟୁଡୁ, ଦୀନେଶ କାର୍ତିକ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ରବୀନ୍ଦ୍ର ଜାଦେଜା, ଭୁବନେଶ୍ବର କୁମାର, ମହମ୍ମଦ ସିରାଜ, ଖଳିଲ ଅହମ୍ମଦ, ମହମ୍ମଦ ସାମି, ବିଜୟ ଶଙ୍କର, ଶୁଭମନ ଗିଲ୍।
ଭାରତୀୟ ଟ୍ବେଣ୍ଟି-୨୦ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ଋଷବ ପନ୍ତ, ଦୀନେଶ କାର୍ତିକ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି, କ୍ରୁନାଲ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ବର କୁମାର, ସିଦ୍ଧାର୍ଥ କୌଲ, ଖଲିଲ ଅହମ୍ମଦ, ଶୁଭମନ ଗିଲ୍, ବିଜୟ ଶଙ୍କର।
ନାପିଏରରୁ ନୂଆ ଆହ୍ବାନ
/sambad/media/post_attachments/wp-content/uploads/2019/01/13-McLean-Park.jpeg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)