ନୂଆଦିଲ୍ଲୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଆଗାମୀ ଚତୁର୍ଦ୍ଦଶ ସଂସ୍କରଣ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଶୁକ୍ରବାର ନିଜର ନୂଆ ଜର୍ସି ଉନ୍ମୋଚନ କରିଛି। ଏଥିଲାଗି ନୂଆଦିଲ୍ଲୀସ୍ଥିତ ଦିଲ୍ଲୀ କ୍ୟାପିଟାଲ୍ସ କାର୍ଯ୍ୟାଳୟରେ ଏକ ସ୍ବତନ୍ତ୍ର ଉତ୍ସବ ଆୟୋଜନ ହୋଇଥିଲା। ଏଥିରେ ନିମନ୍ତ୍ରିତ ଦଳର କିଛି ପ୍ରମୁଖ ପ୍ରଶଂସକ ଯୋଗ ଦେଇଥିଲେ। ଏହି ଉତ୍ସବରେ ଦଳର ସିଇଓ ବିନୋଦ ବିଷ୍ଟ ଯୋଗ ଦେଇଥିଲେ। ଭାରତୀୟ ଦଳ ସହ ଥିବାରୁ ଅଧିନାୟକ ଶ୍ରେୟସ ଆୟର ଓ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ୍ ଭିଡିଓ କଲ୍ ମାଧ୍ୟମରେ ଏଥିରେ ଯୋଡ଼ି ହୋଇଥିଲେ।
ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ଜର୍ସି ଉନ୍ମୋଚିତ
/sambad/media/post_attachments/wp-content/uploads/2021/03/Delhi-Capitals-unveil-new-jersey.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)