ବେଙ୍ଗାଲୁରୁ : ବେଙ୍ଗାଲୁରୁ ବିମାନ ବନ୍ଦର ନିକଟରେ ସ୍ଥାପିତ ହେବାକୁ ଯାଉଥିବା ନୂଆ ଏନ୍ସିଏ (ଜାତୀୟ କ୍ରିକେଟ୍ ଏକାଡେମି)ର ନିର୍ମାଣ ଲାଗି ବିସିସିଆଇ ୨୦୦ କୋଟି ଟଙ୍କା ବ୍ୟୟ କରିବ। ଏହାର ୪୦ ଏକର ପରିମିତ ପ୍ରାଙ୍ଗଣର ଶିଳାନ୍ୟାସ ବିସିସିଆଇର ବରିଷ୍ଠ ଅଧିକାରୀମାନେ ସୋମବାର କରିଥିଲେ। ଏହି ପ୍ରସ୍ତାବିତ ବିଶ୍ବସ୍ତରୀୟ କ୍ରିକେଟ୍ ଭିତ୍ତିଭୂମିର ନିର୍ମାଣ କାର୍ଯ୍ୟ ୧୮ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ନୂଆ ଏନ୍ସିଏରେ ତିନିଟି ବଡ଼ ପଡ଼ିଆ, ଆଧୁନିକ ବ୍ୟାୟାମଶାଳା, ସନ୍ତରଣାଗାର ଏବଂ ୪୦ଟି ପିଚ୍ ରହିବ। କ୍ରିକେଟର୍ମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଗୋଟିଏ ଛାତ ତଳେ ମିଳିବ। ଏଠାରେ ବିଭିନ୍ନ ଘରୋଇ ପ୍ରତିଯୋଗିତା ଖେଳାଯାଇପାରିବ।
ନୂଆ ଏନ୍ସିଏରେ ଖର୍ଚ୍ଚ ହେବ ୨୦୦ କୋଟି
/sambad/media/post_attachments/wp-content/uploads/2022/02/nca.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)