ଲଣ୍ଡନ୍: ମାଞ୍ଚେଷ୍ଟର୍ ସିଟି ରେକର୍ଡ ସମକକ୍ଷ ଚତୁର୍ଥ କ୍ରମାଗତ ଲିଗ୍ କପ୍ ବିଜେତା ହୋଇଛି। ୱେମ୍ବଲିରେ ଅନୁଷ୍ଠିତ ରବିବାରର ଫାଇନାଲରେ ମାଞ୍ଚେଷ୍ଟର୍ ସିଟି ଆମେରିକ୍ ଲାପୋର୍ଟେଙ୍କ ବିଳମ୍ବିତ ହେଡର୍ ଜରିଆରେ ୧-୦ ଗୋଲ୍ରେ ଟଟେନହାମ ହଟସ୍ପର୍ସକୁ ପରାସ୍ତ କରିଥିଲା। ୮୨ତମ ମିନିଟ୍ରେ କେଭିନ୍ ଡ’ବ୍ରୁଇନଙ୍କ ଫ୍ରି କିକ୍କୁ ଲାପୋର୍ଟେ ହେଡ୍ କରିବା ପରେ ଏହା ପ୍ରତିପକ୍ଷ ଗୋଲରକ୍ଷକ ହୁଗୋ ଲୋରିସ୍ଙ୍କୁ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ଏଫଏ କପ୍ ସେମିଫାଇନାଲରେ ଚେଲସିଠାରୁ ହାରିବା ପରେ ରୢାନ ମାସନଙ୍କ ଦଳର ଟ୍ରଫି ଦୁଃସ୍ବପ୍ବ ଜାରି ରହିଛି। ୨୦୦୮ ଲିଗ୍ କପ୍ ବିଜୟ ପରଠାରୁ ଦଳ ଟ୍ରଫି ଜିତିନାହିଁ। ମାଞ୍ଚେଷ୍ଟର୍ ସିଟି ଏଫ୍ସି ପୂର୍ବରୁ ୨୦୧୮, ୨୦୧୯, ୨୦୨୦ରେ ବିଜେତା ହୋଇଥିବାରୁ କ୍ରମାଗତ ଚତୁର୍ଥ ଟ୍ରଫି ଜିତିବାରେ ଲିଭରପୁଲ୍ ସହ (୧୯୮୧-୧୯୮୪) ସମକକ୍ଷ ହୋଇଛି। ଉଭୟ ମଧ୍ୟ ସର୍ବାଧିକ ୮ ଥର ଲେଖାଏଁ ଟ୍ରଫି ଜିତିବାର ସମକକ୍ଷ ହୋଇଛନ୍ତି।
ନୂଆ କୀର୍ତ୍ତିମାନ, ମାଞ୍ଚେଷ୍ଟର୍ ସିଟିକୁ ଚତୁର୍ଥ ଲିଗ୍ କପ୍
/sambad/media/post_attachments/wp-content/uploads/2021/04/4dgadg8ad4g9ad4g5da456dgadgadgadgadgadgadgadgadgadgadgadgadgadgadgadgadgadga.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)