ଜାନୁଆରି ପହିଲାରୁ ହକିରେ ନୂଆ ନିୟମ

ଭୁବନେଶ୍ବର: ପ୍ରତି ଦୁଇ ବର୍ଷରେ ଅନ୍ତର୍ଜାତୀୟ ହକି ସଂଘ (ଏଫ୍‌ଆଇଏଚ୍‌)ର ନିୟମ ସମିତି କିଛି ପରିବର୍ତନ ଲାଗି ସୁପାରିସ କରିଥାଏ। ଚଳିତ ବର୍ଷ ମଧ୍ୟ ଆସିଥିବା ସୁପାରିସକୁ କାର୍ଯ୍ୟନିର୍ବାହୀ ବୋର୍ଡ ଅନୁମୋଦନ କରିଛି। ୨୦୧୯ ଜାନୁଆରି ପହିଲାରୁ ଏହା ଲାଗୁ ହେବ।
୪ କ୍ବାର୍ଟର ନୀତି
ଅନ୍ତର୍ଜାତୀୟ ମ୍ୟାଚ୍‌ଗୁଡ଼ିକ ଭଳି ଏଣିକି ସବୁ ଫର୍ମାଟ ହକି ୪ କ୍ବାର୍ଟର ବିଶିଷ୍ଟ ଖେଳାଯିବ। ଅନ୍ତର୍ଜାତୀୟ ସ୍ତରରେ ପେନାଲଟି କର୍ନର ଏବଂ ଏହାକୁ ନେବା ପର୍ଯ୍ୟନ୍ତ ସମୟ ବନ୍ଦ ରହିଥାଏ। ଏଫ୍‌ଆଇଏଚ୍ ଇଭେଣ୍ଟ୍ ବେଳେ ଟେଲିଭିଜନ୍ ପ୍ରସାରଣ ଦୃଷ୍ଟିରୁ କେବଳ ଗୋଲ୍ ଉତ୍ସବ ପାଳନ ଲାଗି ଅତିରିକ୍ତ ସମୟ ମିଳୁଥିଲା। କନିଷ୍ଠ ବର୍ଗରେ ପ୍ରଶିକ୍ଷଣ ସୁଯୋଗ ଲାଗି ଅତିରିକ୍ତ ସମୟ ମିଳୁଥିବାରୁ ଏହା ଅତିରିକ୍ତ ଫାଇଦା ‌ଦେଉଥିଲା।
ଗୋଲ୍‌ରକ୍ଷକ ପ୍ରତ୍ୟାହୃତ
ଗୋଲ୍‌ରକ୍ଷକ ପ୍ରତ୍ୟାହାର କରିବା ଏକ ବାଧ୍ୟତାମୂଳକ ପରୀକ୍ଷଣ ଯାହାକି ୨୦୧୯ ଜାନୁଆରି ପହିଲାରୁ ଲାଗୁ ହେବ। ଜଣେ ଫିଲଡ୍ ଖେଳାଳି ଗୋଲ୍‌ରକ୍ଷକ ପୋଷାକ ଏବଂ ସଂରଜାମରେ ବି ଖେଳିପାରିବ। ଏପରିକି ସମ୍ପୂର୍ଣ୍ଣ ଫିଲଡ୍ ଖେଳାଳି ଭାବେ ମଧ୍ୟ ‌ଖେଳିପାରିବ। କିନ୍ତୁ ପ୍ରତିଟିକୁ ଖେଳାଳି ବଦଳ ଭାବେ ଗଣାଯିବ।‌ ଗୋଲ୍‌ରକ୍ଷଣ ଫାଇଦା ଆବଶ୍ୟକ କରୁନଥିବା ଦଳ ଏଭଳି ସୁବିଧା ନେଇ ପାରିବେ, କିନ୍ତୁ ଭିନ୍ନ ପୋଷାକରେ ଖେଳିବାକୁ ପଡ଼ିବ।
୫ ମିଟର ଭିତରେ ଫ୍ରିହିଟ୍‌ ରୋକିବା
ଜଣେ ଅଗ୍ରଭାଗ ଖେଳାଳିର ଫ୍ରିହିଟ୍ ଲାଗି ଥିବା ନିୟମ ୧୩.୨.ଏଫରେ ପରିବର୍ତନ କରାଯାଇଛି। ଆଟାକର୍‌ ବିନା ଯେଉଁ ଖେଳାଳି ଫ୍ରିହିଟ୍‌ ନେଉଥି‌ବେ ଅନ୍ୟୁନ ୫ ମିଟର ଦୂରରୁ ଏହା କରିବେ। ପୂର୍ବରୁ ଯଦି ଆଟାକର ତୁରନ୍ତ ଫ୍ରିହିଟ୍ ନେଉଥିଲା, ତେବେ ବଳୟ ଭିତରେ ଥିବା ଡିଫେଣ୍ଡର ୫ ମିଟର୍ ଭିତରେ ଛାୟାଭାବେ ରହୁଥିଲେ। ଯାହାକି ତତ୍‌କ୍ଷଣାତ୍ ଫ୍ରିହିଟ୍ ନେବା‌ ଫାଇଦାରୁ ରୋକୁଥିଲା। ଏବେ ଫ୍ରିହିଟରକୁ ପର୍ଯ୍ୟାପ୍ତ ସ୍ଥାନ ମିଳିବା ସମ୍ଭାବନା ରହୁଥିବାରୁ ଏହାକୁ ପ୍ରଶିକ୍ଷକ ଏବଂ ଖେଳାଳିମାନେ ସ୍ବାଗତ କରିଛନ୍ତି। ଅନ୍ୟପକ୍ଷରେ ଇନଡୋର୍ ହକି ଭଳି ଜଣେ ଡିଫେଣ୍ଡର ଏବେ ବଳୟ ଭିତରେ ଯେ‌ କୌଣସି ସ୍ଥାନରେ କିମ୍ବା ବ୍ୟାକ୍‌ଲାଇନ୍‌ରୁ ୧୫ ମିଟର ଭିତରେ ଭୁଲ ସ୍ଥାନଠୁ ସାଇଡ୍‌ଲାଇନ୍ ସମାନ୍ତରାଳରେ ନେଇ ପାରିବେ।
ପେନାଲଟି କର୍ନର ସମ୍ପୂର୍ଣ୍ଣ
ନିୟମର ୧୩.୬ ଅନୁସାରେ ଏଣିକି ଶେଷ ସମୟରେ ମିଳୁଥିବା ପେନାଲଟି କର୍ନର ବେଳେ ବଲ୍ ଯଦି ଦ୍ବିତୀୟ ଥର ବଳୟ ବାହାରକୁ ଚାଲିଯାଉଛି ତେବେ ଆଉ ଦ୍ବିତୀୟ ଥର ଏହାକୁ ନିଆଯିବ ନାହିଁ। ଏହାକୁ ସମ୍ପୂର୍ଣ୍ଣ ହୋଇଗଲା ବୋଲି ଧରାଯିବ।

ସମ୍ବନ୍ଧିତ ଖବର