ସେମିରେ ନ୍ୟୁ ଷ୍ଟାର୍‌

ଭୁବନେଶ୍ୱର: ଭଗବାନପୁରରେ ଚାଲିଥିବା ଉମେଶ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତାରେ କାଇପଦରକୁ ୨୬ ରନ୍‌ରେ ପରାସ୍ତ କରି ନ୍ୟୁ ଷ୍ଟାର କ୍ଲବ୍‌ ସେମିଫାଇନାଲ୍‌ରେ ପହଞ୍ଚିଛି। ନ୍ୟୁ ଷ୍ଟାର୍‌ ୧୬.୪ ଓଭରରେ ୧୦୪ ରନ୍‌ କରିଥିଲା। କାଇପଦର ୧୬.୫ ଓଭରରେ ୭୮ ରନ୍‌ କରିଥିଲା। ୬ ଓ୍ଵିକେଟ୍‌ ନେଇଥିବା ନ୍ୟୁ ଷ୍ଟାର ଦଳର ସୁଜିତ ଦାସଙ୍କୁ ଅତିଥି ଜୋତ୍ସ୍ନାମୟୀ ଜେନା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ଆୟୁଷମାନ ଦାସ ଏବଂ ସଂଜୟ କୁମାର ରାଉତ ମ୍ୟାଚ୍‌ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର