ଅହମଦାବାଦ: ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ପରେ ଦ୍ବିତୀୟ ଦଳ ଭାବେ ଭିନ୍ନ ଜର୍ସିରେ ଖେଳିଛି ଗୁଜରାଟ ଟାଇଟନ୍ସ। କର୍କଟ ରୋଗର ପ୍ରତିଷେଧକ ଓ ନିରାକରଣ ପାଇଁ ସଚେତନତା ଜାଗ୍ରତ କରିବା ଉଦ୍ଦେଶ୍ୟରେ ଗୁଜରାଟ ଟାଇଟନ୍ସ ଫ୍ରାଞ୍ଚାଇଜ୍ ଏଭଳି ଏକ ପ୍ରୟାସ କରିଛି। କର୍କଟ ରୋଗ ବିଶ୍ବବ୍ୟାପୀ ପ୍ରଭାବ ପକାଉଥିବାବେଳେ ପ୍ରାଥମିକ ଅବସ୍ଥାରେ ଏହି ମାରାତ୍ମକ ରୋଗର ଚିହ୍ନଟ ଜରୁରୀ ବୋଲି ଏହି ଅଭିଯାନ ଆରମ୍ଭ କରାଯାଇଛି। କର୍କଟ ରୋଗରେ ପୀଡ଼ିତ ଏବଂ ଏହାର ବିଜେତାଙ୍କ ପ୍ରତି ସୌହାର୍ଦ୍ଦ୍ୟ ଜଣାଇବା ଆମ ଲକ୍ଷ୍ୟ ବୋଲି ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ପ୍ରକାଶ କରିଛନ୍ତି। ସୋମବାର ଗୁଜରାଟ ଲାଭେଣ୍ଡର ଜର୍ସିରେ ଖେଳିଥିଲା। ପୂର୍ବରୁ କେବଳ ଆର୍ସିବି ଏଭଳି ପରମ୍ପରା ରଖି ‘ଗୋ ଗ୍ରିନ୍’ ଅଭିଯାନ ରଖି ପ୍ରତି ଋତୁରେ ଗୋଟିଏ ମ୍ୟାଚ୍ ସବୁଜ ଜର୍ସିରେ ଖେଳି ଆସୁଛି।
କର୍କଟ ନିରାକରଣ ପାଇଁ ଟାଇଟନ୍ସର ନୂଆ ଜର୍ସି
/sambad/media/post_attachments/wp-content/uploads/2023/05/65dg4j65g465gjgjgj.jpg)