ଲଣ୍ଡନ: ଚଳିତ ବର୍ଷ ଅଲ୍ ଇଂଲଣ୍ଡ କ୍ଲବ୍ରେ ନୂଆ ବିଜୟିନୀଙ୍କୁ ଦେଖିବାକୁ ମିଳିଲା। ରୁଷିଆ ଜନ୍ମିତ କାଜାକସ୍ତାନ ତାରକା ଏଲିନା ରିବାକିନା ୱିମ୍ବଲଡନ୍ ମହିଳା ଏକକ ଟ୍ରଫି ଜିତି ନେଇଛନ୍ତି। ଏହା ମଧ୍ୟ ରିବାକିନାଙ୍କର ପ୍ରଥମ ଗ୍ରାଣ୍ଡ୍ସ୍ଲାମ୍ ଟ୍ରଫି। ଶନିବାର ମହିଳା ଏକକ ଫାଇନାଲ୍ରେ ରିବାକିନା ତୁନିସିଆ ପ୍ରତିଦ୍ବନ୍ଦ୍ବୀ ଓନ୍ସ ଜାବେଉରଙ୍କୁ ପରାସ୍ତ କରିଥିଲେ। ଉଭୟେ ରିବାକିନା ଏବଂ ଜାବେଉର ପ୍ରଥମ ଥର ପାଇଁ ଗ୍ରାଣ୍ଡ୍ସ୍ଲାମ୍ ଟ୍ରଫି ଲଢ଼େଇରେ ଅବତୀର୍ଣ୍ଣ ହୋଇଥିଲେ। ଏଥିରେ ତୃତୀୟ ମାନ୍ୟତାପ୍ରାପ୍ତ ଜାବେଉରଙ୍କୁ ୩-୬, ୬-୨ ଓ ୬-୨ ସେଟ୍ରେ ପରାସ୍ତ କରି ସପ୍ତଦଶ ମାନ୍ୟତାପ୍ରାପ୍ତ ରିବାକିନା ବାଜି ମାରିନେଲେ। ଏଥି ସହିତ ୱିମ୍ବଲଡନ୍ ଇତିହାସରେ ପଞ୍ଚମ ଥର ପାଇଁ ନୂଆ ବିଜୟିନୀଙ୍କ ଆବିର୍ଭାବ ଘଟିଲା। ରିବାକିନା ୨୦୧୮ ପର୍ଯ୍ୟନ୍ତ ରୁଷିଆର ପ୍ରତିନିଧିତ୍ବ କରିଥିଲେ। ହେଲେ ଏହାପରେ କାଜକସ୍ତାନକୁ ଚାଲି ଯାଇଥିଲେ। ଫଳରେ ସେ ମଧ୍ୟ ପ୍ରଥମ ଖେଳାଳି ଭାବେ କାଜାକସ୍ତାନରୁ ପ୍ରତିନିଧିତ୍ବ କରି କୌଣସି ଗ୍ରାଣ୍ଡ୍ସ୍ଲାମ୍ ଫାଇନାଲ୍ରେ ପହଞ୍ଚିଥିଲେ। ସେମିଫାଇନାଲ୍ରେ ସିମୋନା ହାଲେପଙ୍କୁ ପରାସ୍ତ କରିଥିବା ରିବାକିନା ଶେଷରେ ଜାବେଉରଙ୍କୁ ପରାସ୍ତ କରି ଟ୍ରଫି ମଧ୍ୟ କରାୟତ୍ତ କରିନେଲେ। ସେ ମଧ୍ୟ ପ୍ରଥମ କାଜାକସ୍ତାନ ଖେଳାଳି ଭାବେ ୱିମ୍ବଲଡନ୍ର ଏକକ ଟ୍ରଫି ଜିତିବାର ଗୌରବ ବହନ କଲେ। ଏପରିକି ୨୦୧୧ରେ ପେଟ୍ରା କ୍ବିତୋଭାଙ୍କ ପରେ ସର୍ବକନିଷ୍ଠା ଭାବେ ୱିମ୍ବଲଡନ୍ ମହିଳା ଏକକ ବିଜୟିନୀ ହୋଇଛନ୍ତି।
ୱିମ୍ବଲଡନ୍ରେ ନୂଆ ବିଜୟିନୀ: ରିବାକିନା ଜିତିଲେ ପ୍ରଥମ ଗ୍ରାଣ୍ଡ୍ସ୍ଲାମ ଟ୍ରଫି
/sambad/media/post_attachments/wp-content/uploads/2022/07/5h65sf4h65sfh4s65fhsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)