ନୂଆ ବର୍ଷରେ କୋହଲିଙ୍କ ନୂଆ ରୂପ

ନୂଆଦିଲ୍ଲୀ: ଟେଷ୍ଟ୍ ଓ ଦିନିକିଆ କ୍ରିକେଟ୍‌ରେ ଶୀର୍ଷ ମାନ୍ୟତା ସହ ୨୦୧୯ ବର୍ଷକୁ ଶେଷ କରିଥିବା ବିରାଟ କୋହଲିଙ୍କୁ ନୂଆ ବର୍ଷରେ ନୂଆ ରୂପରେ ଦେଖିବାକୁ ମିଳିଛି। ତାରକା କେଶ ବିନ୍ୟାସକାରୀ ଆଲିମ ହାକିମଙ୍କଠାରୁ ଗୁରୁବାର କେଶ କାଟି ନୂଆ ରୂପରେ ଏକ ଫଟୋ ଇନ୍‌ଷ୍ଟାଗ୍ରାମ ଷ୍ଟାଟସ୍‌ରେ ସେୟାର କରିଛନ୍ତି କୋହଲି। ଏଥିରେ ସେ ଲେଖିଛନ୍ତି, ନୂଆ ରୂପ ଦେଇଥିବାରୁ ଧନ୍ୟବାଦ ଭାଇ। କିଛି ଦିନର ବିରତି ପରେ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳା ପ୍ରସ୍ତୁତି ପାଇଁ ଶୁକ୍ରବାର ବିରାଟ ବାହିନୀ ଗୁଆହାଟୀରେ ପହଞ୍ଚିବ। ବର୍ଷପଡ଼ା ଷ୍ଟାଡିୟମରେ ଶୁକ୍ରବାର ଇଚ୍ଛାଧୀନ ଅଭ୍ୟାସ ଅଧିବେଶନ କରିବ ଭାରତ।

ସମ୍ବନ୍ଧିତ ଖବର