କଟକ: ବିଶ୍ବକପ୍ର ଚଳିତ ଦ୍ବାଦଶ ସ˚ସ୍କରଣରେ ବିଶ୍ବକୁ ଜଣେ ନୂଆ ବିଜେତା ମିଳିବେ। ଇ˚ଲଣ୍ଡ ଓ ନ୍ୟୁଜିଲାଣ୍ଡ ପୂର୍ବରୁ କେବେ ବି ବିଶ୍ବକପ୍ ଜିତିନଥିଲା ବେଳେ ଏଥର ନୂଆ ସୁଯୋଗ ସୃଷ୍ଟି ହୋଇଛି। ତେବେ ରବିବାର ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଏହି ଦୁଇ ଦଳଙ୍କ ମଧ୍ୟରେ ବିଶ୍ବକପ୍ରେ ୯ ଥର ମୁକାବିଲା ହୋଇଥିଲା ବେଳେ ସେଥିମଧ୍ୟରୁ ନ୍ୟୁଜିଲାଣ୍ଡ ୫ ମ୍ୟାଚ୍ ଜିତି ଆଗରେ ରହିଛି। ତେବେ ଦଶମ ଥର ହେବାକୁ ଯାଉଥିବା ମୁହାଁମୁହିଁରେ ପ୍ରଥମ ଦାବିଦାର ଇ˚ଲଣ୍ଡ ସ୍ଥିତି ବରାବର କରିବା ଲକ୍ଷ୍ୟରେ ରହିଛି।
୧୯୭୫: ଫ୍ଲେଚରଙ୍କ ଶତକରୁ ଅଭିଯାନ
ନଟି˚ହାମରେ ଇ˚ଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଥର ବିଶ୍ବକପ୍ରେ ମୁକାବିଲା ହୋଇଥିଲା। ତେବେ ଏହି ମ୍ୟାଚ୍ରେ ଘରୋଇ ଦଳ ୮୦ ରନ୍ରେ ବିଜୟୀ ହୋଇଥିଲା। ନ୍ୟୁଜିଲାଣ୍ଡ ଟସ୍ ଜିତି ବୋଲି˚ କରିଥିଲା ବେଳେ ଇ˚ଲଣ୍ଡ ୬୦ ଓଭରରେ ୬ ଵିକେଟ୍ ହରାଇ ୨୬୬ ରନ୍ କରିଥିଲା। କିଥ୍ ଫ୍ଲେଚର ଏକାକି ୧୩୧ ରନ୍ କରିଥିଲେ। ତେବେ ନିୟମିତ ଅନ୍ତରାଳରେ ଵିକେଟ ହରାଇ ନ୍ୟୁଜିଲାଣ୍ଡ ୧୮୬ ରନ୍ରେ ସଫା ହୋଇଯାଇଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଜନ୍ ମୋରିସନ୍ ୫୫ ରନ୍ କରିଥିଲା ବେଳେ ବିଜୟୀ ଦଳର ଟନି ଗ୍ରେଗ୍ ସର୍ବାଧିକ ୪ ଵିକେଟ୍ ନେଇଥିଲେ।
୧୯୭୯: ଫାଇନାଲ୍ରେ ଇ˚ଲଣ୍ଡ
ବିଶ୍ବକପ୍ ଦ୍ବିତୀୟ ସ˚ସ୍କରଣର ସେମି ଫାଇନାଲ୍ରେ ପୁଣି ଥରେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ। ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମରେ ଇ˚ଲଣ୍ଡ ପୁଣି ଥରେ ବିଜୟୀ ହୋଇ ଫାଇନାଲ୍ରେ ପ୍ରବେଶ କରିଥିଲା। ଏଥର ମଧ୍ୟ ନ୍ୟୁଜିଲାଣ୍ଡ ଟସ୍ ଜିତି ବୋଲି˚ କରିଥିଲା। ଅଧିନାୟକ ମାଇକ୍ ବିୟର୍ଲି (୫୩ ରନ୍) ଓ ଗ୍ରାହମ ଗୁଚ୍ (୭୧ ରନ୍)ଙ୍କ ଅର୍ଧଶତକ ବଳରେ ଇ˚ଲଣ୍ଡ ୮ ଵିକେଟ୍ ବିନିମୟରେ ୨୨୧ ରନ୍ କରିଥିଲା। ୨୨୨ ରନ୍ର ଲକ୍ଷ୍ୟକୁ ପିଛା କରିଥିବା ନ୍ୟୁଜିଲାଣ୍ଡ ୯ ଵିକେଟ୍ ବିନିମୟରେ ୨୧୨ ରନ୍ କରିପାରିଥିଲା। ଜନ୍ ରାଇଟ୍ ୬୯ ରନ୍ ସ˚ଗ୍ରହ କରିଥିଲେ ବି ଅନ୍ୟକେହି ତାଙ୍କୁ ଉଚିତ ସହଯୋଗ ଯୋଗାଇପାରିନଥିଲେ। ଗୁଚ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ।
୧୯୮୩: ରନ୍ ପାହାଡ଼ ଓ ନ୍ୟୁଜିଲାଣ୍ଡ ରୋମାଞ୍ଚ
ଏହି ସ˚ସ୍କରଣରେ ପୁଣି ଥରେ ଇ˚ଲଣ୍ଡ ବିଜୟୀ ହୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ଲଗାତର ତୃତୀୟ ଥର ପାଇଁ ବିଶ୍ବକପ୍ରେ ବିଜୟ ବ୍ୟବଧାନ କାଏମ ରଖିଥିଲା। ଲର୍ଡ୍ସରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଇ˚ଲଣ୍ଡ ପ୍ରଥମେ ବ୍ୟାଟି˚ କରି ୩୨୨ ରନ୍ର ପାହାଡ ଛିଡା କରିଥିଲା। ଆଲାନ ଲାମ୍ବ ୧୦୨, ମାଇକ ଗ୍ୟାଟି˚ଙ୍କ ଦ୍ରୁତ ୪୩ ରନ୍ ସହାୟତାରେ ଇ˚ଲଣ୍ଡ ବିଶ୍ବକପ୍ରେ ବଡ ସ୍କୋର କରିପାରିଥିଲା। ତେବେ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ନ୍ୟୁଜିଲାଣ୍ଡ ୨୧୬ ରନ୍ରେ ସମସ୍ତ ଵିକେଟ ହରାଇଥିଲା। ମାର୍ଟିନ୍ କ୍ରୋ ୯୭ ରନ୍ର ସ˚ଘର୍ଷପୂର୍ଣ୍ଣ ପାଳି ଖେଳିଥିଲେ ବି ତାହା ପର୍ଯ୍ୟାପ୍ତ ହୋଇନଥିଲା।
ତେବେ ବର୍ମି˚ହାମ୍ରେ ଖେଳାଯାଇଥିବା ଦ୍ବିତୀୟ ଲିଗ୍ରେ ନ୍ୟୁଜିଲାଣ୍ଡ ପ୍ରତିଶୋଧ ନେବାରେ ସଫଳ ହୋଇଥିଲା। ଏଥର ଇ˚ଲଣ୍ଡକୁ ୨୩୪ ରନ୍ରେ ଆଉଟ କରିବା ପରେ ନ୍ୟୁଜିଲାଣ୍ଡ ଗୋଟିଏ ବଲ୍ ପୂର୍ବରୁ ମ୍ୟାଚ୍ ଜିତିବାରେ ସଫଳ ହୋଇଥିଲା। ଇ˚ଲଣ୍ଡ ପାଇଁ ଗ୍ରେମ୍ ଫ୍ଲାଵାର ୬୯, ଡେଭିଡ୍ ଗାୱାର ୯୨*, ନ୍ୟୁଜିଲାଣ୍ଡ ପାଇଁ ଜିଓଫ ହୋଵାର୍ଥ ୬୦, ଜେରେମି କନି ୬୬* ରନ୍ର ଯୋଗଦାନ କରିଥିଲେ।
୧୯୯୨: ଇ˚ଲଣ୍ଡ ବିପକ୍ଷରେ ପ୍ରଥମ ବିଜୟ
େଵଲିଙ୍ଗଟନ୍ରେ ଅନୁଷ୍ଠିତ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ୭ ଵିକେଟରେ ବିଜୟୀ ହୋଇଥିଲା। ଏହି ମ୍ୟାଚ୍ରେ ଇ˚ଲଣ୍ଡ ଗ୍ରେମ୍ ହିକ୍ଙ୍କ ୫୬ ଓ ଆଲେକ ଷ୍ଟିଵାର୍ଟଙ୍କ ୪୧ ରନ୍ ସହାୟତାରେ ୨୦୦ ରନ୍ କରିଥିଲା। ୨୦୧ ରନ୍ର ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ୩ ଵିକେଟ୍ ବିନିମୟରେ ମ୍ୟାଚ୍ ଜିତିଥିଲା। ଆଣ୍ଡ୍ରୁ ଜୋନ୍ସ ୭୮, ମାର୍ଟିନ କ୍ରୋ ୭୩* ରନ୍ କରି ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ନେଇଥିଲେ।
୧୯୯୬: ଆସ୍ଲେଙ୍କ ଶତକ
ଅହମ୍ମଦାବାଦରେ ଆୟୋଜିତ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ୧୧ ରନ୍ରେ ଇ˚ଲଣ୍ଡକୁ ହରାଇଥିଲା। ନାଥନ୍ ଆସ୍ଲେଙ୍କ ୧୦୧ ରନ୍ ସହାୟତାରେ ନ୍ୟୁଜିଲାଣ୍ଡ ୬ ଵିକେଟ ବିନିୟମରେ ୨୩୯ ରନ୍ କରିଥିଲା। ତେବେ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ଇ˚ଲଣ୍ଡ ମଧ୍ୟକ୍ରମରେ ଗ୍ରେମ୍ ହିକ୍ ୮୫ ରନ୍ କରି ଆଶା ଦେଇଥିଲେ। ହେଲେ ଦଳ ୨୨୮ ରନ୍ରେ ସୀମିତ ରହିଥିଲା।
୨୦୦୭: ଷ୍ଟାଇରିସ୍, ଓରାମ ଜିତାଇଲେ
ଏହି ସ˚ସ୍କରଣରେ ନ୍ୟୁଜିଲାଣ୍ଡ ୬ ଵିକେଟରେ ବିଜୟୀ ହୋଇଥିଲା। କେଭିନ୍ ପିଟରସନ୍ଙ୍କ ୬୦ ଓ ପଲ୍ ନିକ୍ସନ୍ଙ୍କ ୪୨* ରନ୍ ବଳରେ ଇ˚ଲଣ୍ଡ ୭ ଵିକେଟ ହରାଇ ୨୦୯ ରନ୍ କରିଥିଲା। ୨୧୦ ରନ୍ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ନ୍ୟୁଜିଲାଣ୍ଡ ମଧ୍ୟ ୨୦ ରନ୍ ଭିତରେ ପ୍ରଥମ ତିନି ଵିକେଟ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ସ୍କଟ ଷ୍ଟାଇରିସ୍ (୮୭*) ଓ କ୍ରେଗ୍ ମ୍ୟାକମିଲନ (୨୭) କିଛି ସମୟ ପାଇଁ ଦଳକୁ ସମ୍ଭାଳିଥିଲା ବେଳେ ପରେ ଜାକବ ଓରାମ (୬୩*) ଅପରାଜିତ ରହି ମ୍ୟାଚ୍କୁ ଜିତାଇଥିଲେ।
୨୦୧୫: ସାଉଦିଙ୍କ ଶ୍ରେଷ୍ଠ ପ୍ରଦର୍ଶନ
ଏହି ସ˚ସ୍କରଣରେ ଖେଳାଯାଇଥିବା ମ୍ୟାଚ୍ରେ ପୁଣି ଥରେ ନ୍ୟୁଜିଲାଣ୍ଡ ବାଜିମାତ୍ କରିଥିଲା। ଇ˚ଲଣ୍ଡ ମାତ୍ର ୧୨୩ ରନ୍ରେ ସମସ୍ତ ଵିକେଟ ହରାଇଥିଲା ବେଳେ ନ୍ୟୁଜିଲାଣ୍ଡର ଟିମ୍ ସାଉଦି ୭ ଵିକେଟ୍ ଅକ୍ତିଆର କରିଥିଲେ। ଏହା ତାଙ୍କର ଦିନିକିଆ କ୍ରିକେଟରେ ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଏହି ସହଜସାଧ୍ୟ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ମାର୍ଟିନ ଗପ୍ଟିଲ (୨୨) ଓ ବ୍ରେଣ୍ଡନ୍ ମ୍ୟାକଲମ୍ (୭୭)ଙ୍କ ଵିକେଟ ହରାଇ ହାସଲ କରିପାରିଥିଲା।
୨୦୧୯: ସେମିରେ ଇ˚ଲଣ୍ଡ
ଚଳିତ ସ˚ସ୍କରଣରେ ଇ˚ଲଣ୍ଡ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଲିଗ୍ ମୁକାବିଲାରେ ଏହି ଦୁଇ ଦଳଙ୍କ ମଧ୍ୟରେ ଶେଷ ମୁକାବିଲା ହୋଇଥିଲା। ଏଥିରେ ଘରୋଇ ଦଳ ବିଜୟୀ ହୋଇ ସେମିଫାଇନାଲ୍ରେ ପ୍ରବେଶ କରିଥିଲା। ପ୍ରଥମେ ବ୍ୟାଟି˚ କରିଥିବା ଇ˚ଲଣ୍ଡ ପାଇଁ ଜାସନ୍ ରଏ (୬୦) ଓ ଜନି ବେୟାରଷ୍ଟୋ (୧୦୬)ଙ୍କ ପ୍ରାରମ୍ଭିକ ପ୍ରହାର ସହ ଇଅନ ମୋର୍ଗାନଙ୍କ ଉପଯୋଗୀ ୪୦ ରନ୍ ସହାୟତାରେ ଘରୋଇ ଦଳ ୮ ଵିକେଟ୍ ବିନିମୟରେ ୩୦୫ ରନ୍ କରିଥିଲା। ହେଲେ ନ୍ୟୁଜିଲାଣ୍ଡ ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ନିୟମିତ ଭାବେ ଵିକେଟ୍ ହରାଇ ୧୮୬ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ମଧ୍ୟକ୍ରମରେ ଟମ୍ ଲାଥମ୍ ୫୭ ରନ୍ର ପାଳି ଖେଳିଥିଲେ ବି ଦଳକୁ ଜିତାଇବାରେ ଅସମର୍ଥ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/Untitled-7-9.jpg)