ପାକିସ୍ତାନ କ୍ରିକେଟ୍ ପାଇଁ ଲଜ୍ଜା : ମ୍ୟାଚ ଆରମ୍ଭ ହେବାର ଅଳ୍ପ କିଛି ସମୟ ପୂର୍ବରୁ ଗସ୍ତ ବାତିଲ କଲା ନ୍ୟୁଜିଲାଣ୍ଡ

ଅକଲାଣ୍ଡ : ଅନ୍ତର୍ଜାତୀୟ କ୍ରିକେଟ ଜଗତରେ ଆଜି ପାକିସ୍ତାନ ଏକ ଅତି ଲଜ୍ଜାଜନକ ସ୍ଥିତିର ସମ୍ମୁଖୀନ ହୋଇଛି । ପାକିସ୍ତାନ ଗସ୍ତରେ ଥିବା ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ମ୍ୟାଚ ଆରମ୍ଭ ହେବାର ଅଳ୍ପ କିଛି ସମୟ ପୂର୍ବରୁ ହିଁ ଗସ୍ତ ବାତିଲ କରି ଫେରିଯିବାକୁ ନିଷ୍ପତ୍ତି ନେଇଛି ।

ମିଳିଥିବା ସୂଚନା ଅନୁସାରେ ୩ଟି ଦିନିକିଆ ଓ ୫ଟି ଟି୨୦ ଖେଳିବାକୁ ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନ ଆସିଥିଲା । ଆଜି ଅର୍ଥାତ ସେପ୍ଟେମ୍ବର ୧୭ ତାରିଖରେ ପ୍ରଥମ ଦିନିକିଆ ଖେଳାଯିବାକୁ ଥିଲା । କିନ୍ତୁ ମ୍ୟାଚ ଆରମ୍ଭ ହେବାର ଅଳ୍ପ କିଛି ସମୟ ପୂର୍ବରୁ ହିଁ ଗସ୍ତ ବାତିଲ କରି ଫେରିଯିବାକୁ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ।  ସୁରକ୍ଷା କାରଣରୁ ନ୍ୟୁଜିଲାଣ୍ଡ ଏହି ନିଷ୍ପତ୍ତି ନେଇଥିବା ଜଣାଇଛି ।

ଏପରିକି ଏହି ଗସ୍ତ କାର୍ଯ୍ୟକ୍ରମକୁ ବଞ୍ଚାଇବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ନିଜେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡନଙ୍କ ସହ ଫୋନରେ କଥା ହୋଇଥିଲେ ବି ନିରାଶ ହୋଇଥିଲେ ।

ସୁରକ୍ଷା କାରଣରୁ ଗସ୍ତ ବାତିଲ କରିବା ଛଡ଼ା ଅନ୍ୟ କୌଣସି ଉପାୟ ନଥିଲା ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡର ଚିଫ ଏକଜକ୍ୟୁଟିଭ ଡେଭିଡ୍ ହ୍ବାଇଟ କହିଛନ୍ତି । ସେ କହିଛନ୍ତି ଯେ ପାକିସ୍ତାନ ଏକ ଭଲ ଆୟୋଜକ ଦେଶ ହୋଇଥିଲେ ଖେଳାଳିଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି ।

 

ସମ୍ବନ୍ଧିତ ଖବର