ଡବ୍ଲ୍ୟୁଟିସି ଫାଇନାଲ୍: ପ୍ରଥମ ଇଂନିସରେ ୨୪୯ରେ ନ୍ୟୁଜିଲାଣ୍ଡ ଅଲଆଉଟ, ୨ୟ ଇଂନିସରେ ଭାରତର ବ୍ୟାଟିଂ ଜାରି

ସାଉଥାମ୍ପଟନ୍‌: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ମଧ୍ୟ ବଡ ସ୍କୋର କରିବାରେ ବିଫଳ ହୋଇଛି । ଏଥିରେ ଭାରତୀୟ ବୋଲର ମାନେ ଚମତ୍କାର ପ୍ରଦର୍ଶନ କରିଥିଲେ । ଫଳରେ ପ୍ରଥମ ଇଂନିସରେ ନ୍ୟୁଜିଲାଣ୍ଡ ୨୪୯ ରନ କରିବାରେ ସଫଳ ହୋଇଛି । ୯୯ ଓଭର ୨ ବଲ ଖେଳି ନ୍ୟୁଜିଲାଣ୍ଡ ଦଳ ଅଲଆଉଟ ହୋଇଯାଇଛି ।

ଏହି ଇଂନିସରେ ନ୍ୟୁଜିଲାଣ୍ଡ ପକ୍ଷରୁ କୋନୱେ ୫୪, ୱିଲିୟମସନ ୪୯ ଓ ଟିମ ସାଉଦି ୩୦ ରନ କରିଥିଲେ । ଫଳରେ ଦଳ ୨୪୯ ରନ କରିପାରିଥିଲା । ସେହିପରି ଭାରତ ପକ୍ଷରୁ ମହମ୍ମଦ ସାମି ୪, ଇଶାନ୍ତ ଶର୍ମା ୩ ଓ ଅଶ୍ୱିନୀ ୨ଟି ଲେଖାଏଁ ୱିକେଟ ନେଇଥିଲେ ।

ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ହେଲେ ବଡ ସ୍କୋର କରିପାରିନଥିଲା । ଭାରତ ପ୍ରଥମ ଇଂନିସରେ ୨୧୭ ରନ କରିଥିଲା । ଏଥିରେ ବିରାଟ କୋହଲି ୪୪, ରାହାଣେ ୪୯ ଓ ରୋହିତ ଶର୍ମା ୩୪ ରନ କରିପାରିଥିଲେ । ଏବେ ପୁଣି ଭାରତ ଦ୍ୱିତୀୟ ଇଂନିସରେ ବ୍ୟାଟିଂ ଜାରି ରଖିଛି ।

ସମ୍ବନ୍ଧିତ ଖବର