ମାଉଣ୍ଟ ମାଉଙ୍ଗନୁଇ (ନ୍ୟୁଜିଲାଣ୍ଡ) ଶ୍ରୀଲଙ୍କାର ଅଲରାଉଣ୍ଡର ଥିସାରା ପରେରାଙ୍କୁ ଅପମାନ ଲାଗିଥିଲା, ଯେତେବେଳେ ନ୍ୟୁଜିଲାଣ୍ଡର ଜେମସ୍‌ ନୀସାମ ଶୃଙ୍ଖଳାର ପ୍ରଥମ ଦିନିକିଆରେ ଗୋଟିଏ ଓଭରରେ ୫ ବିସ୍ଫୋରକ ଛକା ମାରିଥିଲେ କିନ୍ତୁ ୨ ଦିନ ପରେ ସେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ପରେରା (୧୪୦) ପୂର୍ବ ମ୍ୟାଚର ଏକ ପ୍ରକାରର ପ୍ରତିଷୋଧ ନେଇଛନ୍ତି। ଶ୍ରୀଲଙ୍କାର ଧୂରନ୍ଧର ୨୯ ବର୍ଷିଅ ବ୍ୟାଟସ୍‌ମ୍ୟାନ୍‌ ପରେରା ବିସ୍ଫୋରକ ବ୍ୟାଟିଂ କରି ମଧ୍ୟ ତାଙ୍କ ଟିମ୍‌କୁ ଜିତାଇ ପାରି ନାହାନ୍ତି। ନ୍ୟୁଜିଲାଣ୍ଡ ୩ ମ୍ୟାଚ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ଅଛି।

Advertisment

ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡରେ ଚାଲିଥିବା ଦ୍ୱିପାକ୍ଷିକ ଶୃଙ୍ଖଳାରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୩୧୯ ରନ କରିଥିଲା। ମାଉଣ୍ଟ ମାଉଙ୍ଗାନୁଇରେ ୩୨୦ ରନ ଲକ୍ଷ୍ୟ ପଛରେ ଶ୍ରୀଲଙ୍କା ୧୨୮ ରନରେ ୭ ଓ୍ଵିକେଟ ହରାଇ ସାରିଥିଲା। ଏଭଳି ପରିସ୍ଥିତିରେ ପରେରାଙ୍କୁ ଦଳର ନେତୃତ୍ୱ ନେବାକୁ ପଡ଼ିଥିଲା। ପରେରା ସେ ୫୭ ବଲ ଖେଳି ନିଜ କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି। ପରେରା ଆଜି ଶ୍ରୀଲଙ୍କାକୁ ୩ୟ ଦ୍ରୁତତମ ଶତକ ଉପହାର ଦେଇଛନ୍ତି। ଜୟସୁରିଆ ୪୮ ଓ ୫୫ ବଲରେ ଶତକ ହାସଲ କରିଥିଲେ।

ପରେରା ୭୪ ବଲ ଖେଳି ୧୪୦ ରନ କରିଥିଲେ। ଏଥିରେ ୮ ଚୌକା ଓ ୧୩ ଛକା ସାମିଲ ଥିଲା। ପରେରା ୧୮୯.୧୯ ହାରରେ ବ୍ୟାଟିଂ କରିଥିଲେ।