ଆଇପିଏଲ ଆୟୋଜନ ଲାଗି ୟୁଏଇ,ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡର ପ୍ରସ୍ତାବ

ମୁମ୍ବାଇ : ଇଣ୍ଡିଆ ପ୍ରିମିୟର ଲିଗ ବା ଆଇପିଏଲକୁ ଆୟୋଜନ କରିବାକୁ ନ୍ୟୁଜିଲାଣ୍ଡ ବିସିସିଆଇକୁ ପ୍ରସ୍ତାବ ଦେଇଛି । ନିଜକୁ କରୋନାମୁକ୍ତ ଘୋଷଣା କରିବା ପରେ ନ୍ୟୁଜିଲାଣ୍ଡ ଏହି ପ୍ରସ୍ତାବ ଦେଇଛି ।

ପୂର୍ବରୁ ୟୁଏଇ ଓ ଶ୍ରୀଲଙ୍କା ମଧ୍ୟ ଆଇପିଏଲ ଆୟୋଜନ ଲାଗି ପ୍ରସ୍ତାବ ଦେଇଛନ୍ତି । ଏବେ ବିସିସିଆଇ ଏହି ତିନିଟି ବିକଳ୍ପ ଉପରେ ବିଚାର କରୁଛି ।
ୟୁଏଇରେ ଆଇପିଏଲ ଆୟୋଜନ ବିସିସିଆଇର ପ୍ରଥମ ପସନ୍ଦ ଥିବାବେଳେ ଶ୍ରୀଲଙ୍କା ବିକଳ୍ପ ଉପରେ ମଧ୍ୟ ଚିନ୍ତା କରାଯାଉଛି । ୟୁଏଇରେ ପୂର୍ବରୁ ମଧ୍ୟ ଆଇପିଏଲ ଆୟୋଜନ ହୋଇସାରିଛି । ସେହିପରି ଶ୍ରୀଲଙ୍କା ଭାରତର ନିକଟରେ ଥିବାରୁ ଏଠାରେ ମଧ୍ୟ ଆୟୋଜନ କରିବା ଅପେକ୍ଷାକୃତ ଶସ୍ତା ପଡ଼ିବ । କିନ୍ତୁ ନ୍ୟୁଜିଲାଣ୍ଡ ଭାରତଠାରୁ ଦୂରରେ ଥିବାବେଳେ ଏଠାକାର ସମୟ ମଧ୍ୟ ଭାରତଠାରୁ ପ୍ରାୟ ସାଢେ ୭ ଘଣ୍ଟା ଆଗୁଆ । ଏସବୁ ବିଭିନ୍ନ ଦିଗ ଉପରେ ବିସିସିଆଇ ବିଚାର କରୁଛି ।

ଭାରତରେ କରୋନା ସଂକ୍ରମଣ ଯୋଗୁଁ ଚଳିତ ବର୍ଷ ଆଇପିଏଲ ସ୍ଥଗିତ ରହିଛି । ବର୍ଷ ଶେଷ ବେଳକୁ ଦେଶରେ କରୋନା ସ୍ଥିତି ସୁଧୁରିଲେ ଏହାକୁ ଆୟୋଜନ କରିବାକୁ ବିିସିସିଆଇ ଯୋଜନା କରୁଛି । କିନ୍ତୁ ନିକଟ ଭବିଷ୍ୟତରେ କରୋନା ସ୍ଥିତି ସୁଧୁରିବା ଭଳି ଲାଗୁନାହିଁ । ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ବିଦେଶରେ ଏହାକୁ ଆୟୋଜନ କରିବା ଲାଗି ବିକଳ୍ପ ଖୋଲା ରଖିଛି ।

ସମ୍ବନ୍ଧିତ ଖବର