ଲର୍ଡ୍ସ, : ଐତିହାସିକ ଲର୍ଡସ ପଡ଼ିଆରେ ଚାଲିଥିବା ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ୍ ପ୍ରଥମ ଟେଷ୍ଟ ପ୍ରଥମ ଦିବସରେ ୱିକେଟ୍ ଝଡ଼ ଦେଖିବାକୁ ମିଳିଥିଲା। ପ୍ରଥମ ପାଳିରେ ଉଭୟ ଦଳ ବରାବର ସ୍ଥିତିରେ ସୀମିତ ରହିଯିବା ପରେ ଏବେ ଭ୍ରମଣକାରୀ କେନ୍ ୱିଲିୟମସନ୍ଙ୍କ ଦଳ ଦ୍ବିତୀୟ ପାଳିରେ ସ୍ଥିତି ସୁଧାରିବାକୁ ଚେଷ୍ଟା ଜାରି ରଖିଛି। ଦ୍ବିତୀୟ ଦିବସ ଶେଷ ସୁଦ୍ଧା ୪ ୱିକେଟ୍ରେ ୨୩୬ ରନ୍ ସଂଗ୍ରହ କରି ୨୨୭ ରନ୍ରେ ଅଗ୍ରଣୀ ରହିଥିଲା।
ଗୁରୁବାର ପ୍ରଥମ ଦିବସରେ ଉଭୟ ଦଳ ସାଂଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୭ ୱିକେଟ୍ ହରାଇଥିଲେ। ନ୍ୟୁଜିଲାଣ୍ଡ୍ ମାତ୍ର ୧୩୨ ରନ୍ କରିଥିବା ବେଳେ ଇଂଲଣ୍ଡ ପ୍ରଥମ ଦିନ ଷ୍ଟମ୍ପ୍ସ ବେଳକୁ ୧୧୬ ରନ୍ରେ ୭ ୱିକେଟ୍ ହରାଇଥିଲା। ଶୁକ୍ରବାର ଇଂଲଣ୍ଡ ଶେଷ ୩ ୱିକେଟ୍ ହରାଇବା ପୂର୍ବରୁ ୨୫ ରନ୍ ଯୋଡ଼ିବାରୁ ୧୪୧ ରନ୍ରେ ଅଟକିଯାଇଥିଲା। ଟିମ୍ ସାଉଦି (୪/୫୫), ଟ୍ରେଣ୍ଟ୍ ବୋଲ୍ଟ (୩/୨୧), କାଇଲ ଜାମିସନ୍ (୨/୨୦) ଏବଂ କଲିନ ଗ୍ରାଣ୍ଡହୋମ୍ (୧/୨୪) ୱିକେଟ୍ ବାଣ୍ଟି ନେଇଥିଲେ। ପ୍ରଥମ ପାଳିରେ ମାତ୍ର ୯ ରନ୍ ପଛରେ ପଡ଼ିଥିବା ନ୍ୟୁଜିଲାଣ୍ଡ୍ ଦ୍ବିତୀୟ ପାଳିରେ ମଧ୍ୟ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୫୬ ରନ୍ରେ ୪ ୱିକେଟ୍ ହରାଇ ଦେଇଥିଲା। କିନ୍ତୁ ଡାରିଲ୍ ମିଚେଲ୍ (୯୭*, ୧୮୮ ବଲ୍) ଏବଂ ଟମ୍ ବ୍ଲଣ୍ଡେଲ୍ (୯୦*, ୧୮୨ ବଲ୍) ଶତକୀୟ ଭାଗୀଦାରି (୧୮୦*) ଗଢ଼ି ଓଲଟପାଲଟ କରିବାର ପ୍ରୟାସ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/end.jpg)