ବିଶ୍ୱକପ: ବର୍ଷା ଯୋଗୁଁ ମ୍ୟାଚ୍‌ ବାତିଲ ହେବା ପରେ ପଏଣ୍ଟ ଟେବୁଲ୍‌ରେ ଭାରତକୁ ମିଳିଲା ୩ୟ ସ୍ଥାନ

ନଟିଂହାମ୍‌: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ)ର ଅଷ୍ଟାଦଶ ମ୍ୟାଚ୍‌ ଗୁରୁବାର ବର୍ଷା ଯୋଗୁଁ ବାତିଲ ହୋଇଛି। ନଟିଂହାମ୍‌ର ଟ୍ରେଣ୍ଟବି୍ରଜ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଭାରତୀୟ ସମୟ ଅପରାହ୍ଣ ୩ଟାରୁ ଖେଳାଯିବାର ଥିଲା କିନ୍ତୁ ରାତି ୭ଟା ଯାଏଁ ବର୍ଷା ଜାରି ରହିବା ଫଳରେ ପଏଣ୍ଟ ଭାଗ କରାଯାଇଛି। ବର୍ଷା ଯୋଗୁଁ ଆଜି ଟସ୍‌ ମଧ୍ୟ ପଡ଼ିପାରି ନାହିଁ।

‘ଆଇସିସି’ର ୧୭ତମ ମ୍ୟାଚ୍‌ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ଗୁରୁବାର ଖେଳାଯାଇଥିଲା। ଟନ୍‌ଟନ୍‌ସ୍ଥିତ ‘ଦ କୋପର ଆସୋସିଏଟସ୍‌ କାଉଣ୍ଟି ଗ୍ରାଉଣ୍ଡ’ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୪୧ ରନ୍‌ରେ ବିଜୟୀ ହୋଇଥିଲା। ପାକିସ୍ତାନ ଏହି ମ୍ୟାଚ୍‌ ହାରିବା ପରେ ଏବେ ପଏଣ୍ଟ ଟେବୁଲରେ ୮ମ ସ୍ଥାନରେ ଥିବା ବେଳେ ଅଷ୍ଟ୍ରେଲିକୁ ଦ୍ୱିତୀୟ ସ୍ଥାନ ମିଳିଛି। ନ୍ୟୁଜିଲାଣ୍ଡ ପୂର୍ବଭଳି ୧ ନମ୍ବର ସ୍ଥାନ ସୁରକ୍ଷିତ ରଖିଥିବା ବେଳେ ଭାରତକୁ ତୃତୀୟ ସ୍ଥାନ ମିଳିଛି।

ଟିମ୍‌- ମ୍ୟାଚ୍‌- ବିଜୟ- ପଏଣ୍ଟ

ନ୍ୟୁଜିଲାଣ୍ଡ ୪- ୩- ୭
ଅଷ୍ଟ୍ରେଲିଆ ୪- ୩- ୬
ଭାରତ ୩- ୨- ୫
ଇଂଲଣ୍ଡ ୩- ୨- ୪
ଶ୍ରୀଲଙ୍କା ୪- ୧- ୪
ୱେଷ୍ଟଇଣ୍ଡିଜ ୩- ୧- ୩
ବାଂଲାଦେଶ ୪- ୧- ୩
ପାକିସ୍ତାନ ୪- ୧- ୩
ଦ. ଆଫ୍ରିକା ୪- ୦- ୧
ଆଫଗାନିସ୍ତାନ୩- ୦- ୦

ସମ୍ବନ୍ଧିତ ଖବର