ଦୁବାଇ: ଆଇସିସି ଦ୍ୱାରା ପରିଚାଳିତ ଚଳିତ ଟି-୨୦ ବିଶ୍ୱକପ୍ର ଅନ୍ୟତମ ପ୍ରତୀକ୍ଷିତ ମୁକାବିଲାରେ ରବିବାର ଭରତ ଓ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହୋଇଛନ୍ତି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଖେଳାଯାଉଛି। ଟସ୍ ଜିଣି ନ୍ୟୁଜିଲାଣ୍ଡ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ବ୍ୟାଟିଂ ଆରମ୍ଭ କରିଛି। ଭାରତର ଇନିଂସ ଆରମ୍ଭ କରିଛନ୍ତି କେଏଲ୍ ରାହୁଲ ଓ ଇଶନ କିଶନ।
ସେମିଫାଇନାଲ୍ ପ୍ରବେଶ ଦୃଷ୍ଟିରୁ ଭାରତ ପାଇଁ ଏହି ମ୍ୟାଚ୍ ଢେର ମହତ୍ତ୍ୱ ରହିବ। ନ୍ୟୁଜିଲାଣ୍ଡ ମ୍ୟାଚ୍ ଟିମ୍ ଇଣ୍ଡିଆ ପାଇଁ କର ବା ମର ସଦୃଶ ହେବ। ହାରିଲେ ସେମିଫାଇନାଲ୍ ଖେଳିବା ଭାରତ ପାଇଁ ଅତ୍ୟନ୍ତ କଷ୍ଟକର ହୋଇଯିବ। ଜିତିଲେ କିନ୍ତୁ ସେମିଫାଇନାଲ୍ ପ୍ରବେଶ ସମ୍ଭାବନା ଯଥେଷ୍ଟ ବଢ଼ିବ। ଏପର୍ଯ୍ୟନ୍ତ ଖାତା ଖୋଲି ନଥିବା ଭାରତ ଏହାକୁ ଜିତି ଦେଶବାସୀଙ୍କୁ ଦୀପାବଳି ଭେଟି ଦେବ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ପ୍ରତିପକ୍ଷ ନ୍ୟୁଜିଲାଣ୍ଡ ବି ପ୍ରଥମ ବିଜୟ ପାଇବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ।
ଅନ୍ୟତମ ଦାବିଦାର ତଥା ଟେ୍ଵଣ୍ଟି-୨୦ ବିଶ୍ୱକପ୍ ପ୍ରଥମ ବିଜେତା ଭାରତ ତାର ପ୍ରଥମ ମ୍ୟାଚ୍ରେ ଚିର ପ୍ରତିଦ୍ଵନ୍ଦ୍ୱୀ ପାକିସ୍ତାନଠାରୁ ଶୋଚନୀୟ ଭାବେ ୧୦ ୱିକେଟ୍ରେ ପରାସ୍ତ ହୋଇଥିଲା। ସେଥିପାଇଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକପ୍ରକାର କଠିନ ପରୀକ୍ଷାର ସମ୍ମୁଖୀନ ହେବ କୋହଲି ବାହିନୀ। କାରଣ ଆଇସିସି ପ୍ରତିଯୋଗିତାରେ ନ୍ୟୁଜିଲାଣ୍ଡ ସବୁବେଳେ ଭାରତକୁ ଅଡ଼ୁଆରେ ପକାଇ ଆସିଛି। ୨୦୦୩ ଏକଦିବସୀୟ ବିଶ୍ୱକପ୍ ପରଠାରୁ ଭାରତ କୌଣସି ଆଇସିସି ପ୍ରତିଯୋଗିତାରେ ଆଜି ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡକୁ ହରାଇ ପାରିନି।
ଭାରତୀୟ ଟିମ୍: ବିରାଟ କୋହଲି (ଅଧିନାୟକ), ଋଷଭ ପନ୍ତ (ଓ୍ଵିକେଟ୍କିପର), କେଏଲ୍ ରାହୁଲ, ରୋହିତ ଶର୍ମା, ରବୀନ୍ଦ୍ର ଜାଦେଜା, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ସାମି, ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମ୍ରା, ଶାର୍ଦ୍ଦୁଲ ଠାକୁର, ଈଶନ କିଷନ୍,
ନ୍ୟୁଜିଲାଣ୍ଡ ଟିମ୍: କେନ୍ ଓ୍ଵିଲିୟମ୍ସନ୍ (ଅଧିନାୟକ), ମାର୍ଟିନ ଗପଟିଲ୍, ଡେରିଲ ମିଚେଲ୍, ଜିମି ନୀଶମ୍, ଡେଭୋନ୍ କନ୍େଓ୍ଵ (ଓ୍ଵିକେଟ୍କିପର), ଗ୍ଲେନ୍ ଫିଲିପ୍ସ, ମିଚେଲ୍ ସଣ୍ଟନର୍, ଈଶ ସୋଢ଼ି, ଟିମ୍ ସାଉଦୀ, ଟ୍ରେଣ୍ଟ ବୋଲ୍ଟ, ଆଦାମ୍ ମିଲନେ୍,