‘ମୁଁ ଜାଣିଛି ନ୍ୟୁଜିଲାଣ୍ଡ ଏକ ଭଲ ଟିମ୍, ଯିଏ ଆଫଗାନିସ୍ତାନକୁ ହରାଇପାରିବ’: ସୋଏବ ଅଖତର

ନୂଆଦିଲ୍ଲୀ:  ଟି-ଟ୍ୱେଣ୍ଟି ବିଶ୍ୱକପରେ କଡା ମୁକାବିଲା ଦେଖିବାକୁ ମିଳୁଛି । ଆସନ୍ତା କାଲି ଆଉ ଏକ କଡା ମୁକାବିଲା ଦେଖିବାକୁ ମିଳିବ ଆଫଗାନିସ୍ତାନ୍ ଓ ନ୍ୟୁଜିଲାଣ୍ଡ ମଧ୍ୟରେ । ଏହି ମ୍ୟାଚ୍ ନ୍ୟୁଜିଲାଣ୍ଡ ପାଇଁ କର ବା ମର ସ୍ଥିତି ଭଳି ରହିଛି । ଆଉ ଏହି ଦୁଇ ଦଳଙ୍କ ହାର-ଜିତ୍ ଉପରେ ନିର୍ଭର କରୁଛି ଭାରତର ଭାଗ୍ୟ । ଏହାରି ଭିତରେ ସାମ୍ନାକୁ ଆସିଛି ପାକିସ୍ତାନର ପୂର୍ବତ୍ତନ କ୍ରିକେଟର ସୋଏବ ଅଖତରଙ୍କ ବୟାନ ।

ସୋଏବ ଅଖତର ତାଙ୍କ ଅଫିସିଆଲ ୟୁଟୁବ୍ ଚ୍ୟାନେଲରେ ଏକ ଭିଡିଓ ସେୟାର କରି କହିଛନ୍ତି, ଯଦି ଆଫଗାନିସ୍ତାନ ଠାରୁ ନ୍ୟୁଜିଲାଣ୍ଡ ହାରେ ତାହେଲେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେବ । ସୋସିଆଲ ମିଡିଆକୁ ରୋକିବା ବାଲା କେହି ନଥିବେ । ଏହା ମୁଁ ପୂର୍ବରୁ ଚେତାଇ ଦେଉଛି । ଆଉ ମତେ ଡର ଅଛିକି, ସୋସିଆଲ ମିଡିଆରେ ଆଉ ଏକ ଚର୍ଚ୍ଚା ଆରମ୍ଭ ହୋଇଯିବ, ଛାଡ ମୁଁ ଏବେ କୌଣସି ବିବାଦୀୟ ବୟାନ ଦେବାକୁ ଚାହୁଁନି ବୋଲି କହିଛନ୍ତି ସୋଏବ ଅଖତର ।

କେବଳ ଏତିକି ନୁହେଁ ସେ ଆହୁରି କହିଛନ୍ତିକି, ମୁଁ ଜାଣିଛି ନ୍ୟୁଜିଲାଣ୍ଡ ଏକ ଭଲ ଟିମ୍, ଯିଏ ଆଫଗାନିସ୍ତାନକୁ ହରାଇପାରିବ । କିନ୍ତୁ ଯଦି ନ୍ୟୁଜିଲାଣ୍ଡ ଏହି ମ୍ୟାଚ୍ ଭଲରେ ନଖେଳେ ତାହେଲେ ତାଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ । ସୋସିଆଲ ମିଡିଆକୁ ରୋକିବା କଷ୍ଟକର ହେବ । ସେପଟେ ଯଦି ନ୍ୟୁଜିଲାଣ୍ଡ ମ୍ୟାଚ୍ ହାରୁଛି ତାହେଲେ ମୁଁ ଚାହିଁବି, ଭାରତ ପାକିସ୍ତାନ ଫାଇନାଲ ଖେଳନ୍ତୁ.. ଯାହା ପୂରା ଦୁନିଆ ଦେଖିବାକୁ ଚାହୁଁଛି । ଦେଖାଯାଉ ଆଗକୁ କଣ ହେଉଛି ।

ସମ୍ବନ୍ଧିତ ଖବର