ୱେଲିଂଟନ : ଆଗାମୀ ଆଇପିଏଲ୍ରେ ଖେଳିବା ଲାଗି ନ୍ୟୁଜିଲାଣ୍ଡ କ୍ରିକେଟ୍ ନିଜର ଅନେକ ଖେଳାଳିଙ୍କୁ ସବୁଜ ସଙ୍କେତ ଦେଇସାରିଛି। ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଶୃଙ୍ଖଳା ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ, ଭେଟେରାନ ପେସର ଟିମ ସାଉଦି, ଓପନର୍ ଡେଭନ କନୱେ ଏବଂ ସ୍ପିନର ମିଚେଲ ସାଣ୍ଟନରଙ୍କୁ ଛାଡ଼ିବ। ଏମାନେ ଟେଷ୍ଟ୍ ଶୃଙ୍ଖଳା ପରେ ଆଇପିଏଲ୍ ଲାଗି ନିଜ ନିଜ ଦଳରେ ଯୋଗଦେବେ। କନୱେ ଓ ସାଣ୍ଟନର ଚେନ୍ନାଇ ସୁପର କିଙ୍ଗ୍ସ, ୱିଲିୟମସନ୍ ଗୁଜରାଟ ଟାଇଟାନ୍ସ ଓ ସାଉଦି କୋଲ୍କାତା ନାଇଟ୍ ରାଇଡର୍ସରେ ରହିଛନ୍ତି। ସେହିପରି ଫିନ୍ ଆଲେନ (ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର), ଲୋକି ଫର୍ଗୁସନ (କେକେଆର୍) ଓ ଗ୍ଲେନ୍ ଫିଲିପ୍ସ (ସନ୍ରାଇଜର୍ସ ହାଇଦ୍ରାବାଦ) ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆ (୨୫ ମାର୍ଚ୍ଚ) ପରେ ନିଜ ନିଜ ଦଳରେ ଯୋଗଦେବେ। ଦିନିକିଆ ଶୃଙ୍ଖଳାରେ ୱିଲିୟମସନ୍ଙ୍କ ସ୍ଥାନରେ ଟମ୍ ଲାଥମ କିୱି ଦଳର ନେତୃତ୍ବ ନେବେ। ମାର୍କ ଚାପମାନ, ବେନ୍ ଲିଷ୍ଟର ଓ ହେନରି ନିକୋଲ୍ସ ଦ୍ବିତୀୟ ଦିନିକିଆ (ମାର୍ଚ୍ଚ ୨୮) ପରେ ଆଇପିଆଇଏଲ୍ ଲାଗି ଭାରତ ଆସିବେ।
ଆଇପିଏଲ୍ ପାଇଁ ୱିଲିୟମ୍ସନ ଓ ସାଉଦିଙ୍କୁ ଆଗୁଆ ଛାଡ଼ିବ ନ୍ୟୁଜିଲାଣ୍ଡ
ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ଖେଳିପାରିବେନି କିଛି ତାରକା ଖେଳାଳି
/sambad/media/post_attachments/wp-content/uploads/2023/03/www-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)