ନୂଆଦିଲ୍ଲୀ: ଆଜି ସକାଳୁ ନ୍ୟୁଜିଲାଣ୍ଡ୍ର ହାମିଲ୍ଟନ୍ସ୍ଥିତ ସିଡନ୍ ପାର୍କରେ ଭାରତ ଓ ନ୍ୟୁଜିଲାଣ୍ଡ୍ ମଧ୍ୟରେ ଆରମ୍ଭ ହୋଇଥିବା ଦ୍ବିତୀୟ ଦିନିକିଆ ମ୍ୟାଚ୍ରେ ଟସ୍ ଜିଣିବା ପରେ ପ୍ରଥମେ ବ୍ୟାଟିଙ୍ଗ୍ କରିବା ଲାଗି ଭାରତକୁ ଆମନ୍ତ୍ରଣ କରିଛି ନ୍ୟୁଜିଲାଣ୍ଡ୍।
ସଦ୍ୟତମ ସୂଚନା ଅନୁସାରେ, ଭାରତ ୪.୫ ଓଭର୍ ଖେଳି କୌଣସି ୱିକେଟ୍ ନ ହରାଇ ୨୨ ରନ୍ କରିଥିବା ବେଳେ ବର୍ଷା ଯୋଗୁଁ ମ୍ୟାଚ୍ ବନ୍ଦ ରହିଛି। ଭାରତର ଓପେନର୍ ଯୋଡ଼ି ଶିଖର ଧାୱନ୍ ୮ଟି ବଲ୍ ଖେଳି ୨ ରନ୍ କରିଥିବା ବେଳେ ଶୁବମନ୍ ଗିଲ୍ ୨୧ଟି ବଲ୍ ଖେଳି ୧୯ ରନ୍ ସଂଗ୍ରହ କରିଛନ୍ତି।
ସେହିପରି ନ୍ୟୁଜିଲାଣ୍ଡ୍ ତରଫରୁ ବ୍ୟାଟିଙ୍ଗ୍ କରୁଛନ୍ତି ଟିମ୍ ସାଉଥି ଓ ମ୍ୟାଟ୍ ହେନ୍ରି।
/sambad/media/post_attachments/wp-content/uploads/2022/11/crick1-2.jpg)
ରବିବାର ଦିନ ହାମିଲ୍ଟନ୍ରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଯେଉଁ ପୂର୍ବାନୁମାନ କରିଥିଲା ତାହା ସତ୍ୟ ହେବାପରି ଜଣାପଡୁଛି।
ଆଜି ଭାରତୀୟ ଦଳରେ ଖେଳୁଛନ୍ତି: ଶିଖର ଧାୱନ୍ (ଅଧିନାୟକ), ଶୁବମନ୍ ଗିଲ୍, ଶ୍ରେୟସ୍ ଆୟର୍, ଋଷଭ ପନ୍ତ (ୱିକେଟ୍ ରକ୍ଷକ), ସୂର୍ଯ୍ୟକୁମାର ଯାଦବ, ଦୀପକ ହୂଦା, ୱାସିଂଟନ୍ ସୁନ୍ଦର, ଦୀପକ ଚହର୍, ଉମ୍ରାନ୍ ମଲିକ୍, ଅର୍ଶଦୀପ ସିଂହ ଓ ଯୁଜ୍ବେନ୍ଦ୍ର ଚହଲ୍। ଆଜିର ମ୍ୟାଚ୍ ପାଇଁ ଭାରତୀୟ ଦଳରୁ ବାଦ୍ ପଡ଼ିଥିବା ଦୁଇଜଣ ଖେଳାଳି ହେଉଛନ୍ତି ଶାର୍ଦ୍ଦୁଳ ଠାକୁର ଓ ସଞ୍ଜୁ ସାମ୍ସନ୍।
ସେହିପରି, ନ୍ୟୁଜିଲାଣ୍ଡ୍ ଦଳରେ ଖେଳୁଛନ୍ତି: ଫିନ୍ ଆଲେନ୍, ଦେବନ୍ କନ୍ୱେ, କେନ୍ ୱିଲିୟମ୍ସନ୍ (ଅଧିନାୟକ), ଡେରିଲ୍ ମିଚେଲ୍, ଟମ୍ ଲାଥମ୍ (ୱିକେଟ୍ ରକ୍ଷକ), ଗ୍ଲେନ୍ ଫିଲିପ୍ସ୍, ମିସେଲ୍ ସାନ୍ତର୍, ମାଇକେଲ୍ ବ୍ରେସ୍ୱେଲ୍, ମ୍ୟାଟ୍ ହେନେରି, ଟିମ୍ ସାଉଥି ଓ ଲକି ଫର୍ଗୁସନ୍।