େଓ୍ଵଷ୍ଟଇଣ୍ଡିଜ୍‌କୁ ହରାଇଲା ନ୍ୟୁଜିଲାଣ୍ଡ

ଓ୍ଵାଙ୍ଗରେଇ: ଦୁର୍ବଳ ବ୍ୟାଟିଂର ଫଳ େଓ୍ଵଷ୍ଟଇଣ୍ଡିଜକୁ ମିଳିଲା। ଏଠାରେ ଖେଳା ଯାଇଥିବା ପ୍ରଥମ ଦିନିକିଆରେ ମାତ୍ର ୨୪୯ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ପ୍ରତିପକ୍ଷ ନ୍ୟୁଜିଲାଣ୍ଡ ଏହାକୁ ୪ ଓଭର ପୂର୍ବରୁ ମାତ୍ର ୫ ଓ୍ଵିକେଟ୍‌ ହରାଇ ହାସଲ କରିନେଲା। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଗଲା। ମଦପିଇ ଗାଡ଼ି ଚଳାଇବା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଦୀର୍ଘ ଦିନ ଧରି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଦୂରେଇ ରହିଥିବା ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଡଗ୍‌ ବ୍ରାସେଓ୍ଵଲ୍‌ ତାଙ୍କ ପ୍ରତ୍ୟାବର୍ତନ ମ୍ୟାଚ୍‌ରେ ୪ ଏବଂ ପଦାର୍ପଣକାରୀ ଲେଗ୍‌ ସ୍ପିନର ଟଡ୍‌ ଆଷ୍ଟଲ ୩ ଓ୍ଵିକେଟ୍‌ ନେଇ ଇଣ୍ଡିଜକୁ ୨୪୮/୯ରେ ଅଟକାଇ ଦେଇଥିଲେ। ପରେ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଜର୍ଜ ଓ୍ଵାକର (୫୭) ଏବଂ କଲିନ୍‌ ମୁନ୍ରୋ (୪୯)ଙ୍କ ୧୦୮ ରନର ଭାଗୀଦାରି ବଳରେ ୪୬ ଓଭରରେ ବିଜୟୀ ହୋଇଥିଲା। ଇଣ୍ଡିଜ୍‌ ପକ୍ଷରୁ ଏଲଭିନ୍‌ ଲୁଇସ୍‌ (୭୬) ଏବଂ ରିକାର୍ଡୋ ପାେଓ୍ଵଲ୍‌ (୫୯) ଅର୍ଧଶତକ ଅର୍ଜନ କରିଥିଲେ ମଧ୍ୟ ଏହା ବେକାର ଯାଇଥିଲା। ବ୍ରାସେଓ୍ଵଲ୍‌ ତାଙ୍କ ଘାତକ ବୋଲିଂ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର