ରାଞ୍ଚି: ଭାରତ-ଅଷ୍ଟ୍ରେଲିଆ ଟେ୍ଵଣ୍ଟି-୨୦ ଶୃଙ୍ଖଳାରେ ଆଇସିସି ନୂଆ କ୍ରିକେଟ୍ ନିୟମକୁ ଲାଗୁ କରିଥିଲା ବେଳେ ଏହାକୁ ନେଇ ଉଭୟ ଦଳର ଖେଳାଳି ଦ୍ୱନ୍ଦ୍ୱ ଓ ଆଶଙ୍କାରେ ରହିଛନ୍ତି। ଅଷ୍ଟ୍ରେଲୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଅରୋନ ଫିଞ୍ଚ ଗସ୍ତ ଅଧାରୁ ଆଇସିସି ନୂଆ ନିୟମ ଲାଗୁ ହେବା ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସେହିଭଳି ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାଓ୍ଵନ ନୂଆ ନିୟମ ବିଷୟରେ କିଛି ଜାଣି ନଥିବା ରାଞ୍ଚି ଟେ୍ଵଣ୍ଟି-୨୦ ମ୍ୟାଚ୍ ପରେ କହିଛନ୍ତି। ସେପ୍ଟେମ୍ବର ୨୮ ତାରିଖରୁ ଲାଗୁ ହୋଇଥିବା ଆଇସିସିର ନୂଆ ନିୟମ ଅନୁଯାୟୀ ଦିନିକିଆ ଏବଂ ଟେଷ୍ଟ ଭଳି ଟେ୍ଵଣ୍ଟି-୨୦ରେ ମଧ୍ୟ ଡିଆରଏସ୍ ର ଉପଯୋଗ କରିହେବ। ହେଲେ ଏହି ବିଷୟରେ ଦୁଇଟି ଯାକ ଦଳର ଖେଳାଳିମାନେ ଅଜ୍ଞ ଥିବା ଜଣା ପଡ଼ିଛି। ସେହିଭଳି ନୂଆ ନିୟମ ଅନୁସାରେ ଯଦି କୌଣସି ମ୍ୟାଚ୍ ବର୍ଷା ପାଇଁ ୧୦ ଓଭରରୁ କମିଯାଏ ତାହାଲେ ଜଣେ ବୋଲର ସର୍ବାଧିକ ୨ ଓଭର ବୋଲିଂ କରିପାରିବେ। ତଦନୁଯାୟୀ ୬ ଓଭରିଆ ରାଞ୍ଚି ଟେ୍ଵଣ୍ଟି-୨୦ରେ ଅଷ୍ଟ୍ରେଲିଆର ତିନି ଜଣ ବୋଲର ସର୍ବାଧିକ ଦୁଇ ଓଭର ଲେଖାଏଁ ବୋଲିଂ କରି ପାରି ଥାଆନ୍ତେ। ହେଲେ ପଡ଼ିଆ ଅମ୍ପାୟାର କେବଳ ନାଥନ କୁଲଟର ନାଇଲଙ୍କୁ ଦୁଇ ଓଭର ବୋଲିଂ କରିବାକୁ ଦେଇଥିଲେ। ଅନ୍ୟପକ୍ଷରେ ଜାସନ ବେହେରେନ୍ଦୋଫ, ଆଦାମ ଜାମ୍ପା ଓ ଡାନ୍ କ୍ରିଷ୍ଟିଆନଙ୍କୁ ଗୋଟିଏ ଓଭର ଲେଖାଏଁ ବୋଲିଂ କରିବାକୁ ଅନୁମତି ଦେଇଥିଲେ। ଯାହାକୁ ନେଇ ଦ୍ୱନ୍ଦ୍ ଉପୁଜିଥିଲା।
ନୂଆ ନିୟମକୁ ନେଇ ଦ୍ୱନ୍ଦ୍ୱରେ ଦୁଇ ଦଳ
/sambad/media/post_attachments/wp-content/uploads/2017/10/3-1.jpg)