ନୂଆଦିଲ୍ଲୀ: ବିଶ୍ୱକପ୍ ୨୦୨୩ରେ ଭାରତୀୟ କ୍ରିକେଟ ଦଳର ବିଜୟ ଅଭିଯାନ ଜାରି ରହିଛି । ଏବେ ଭାରତର ପରବର୍ତ୍ତୀ ମ୍ୟାଚ୍ ଅକ୍ଟୋବର ୧୯ରେ ବାଂଲାଦେଶ ବିପକ୍ଷରେ ପୁଣେରେ ହେବାକୁ ଯାଉଛି। ତେବେ ଆଫଗାନିସ୍ତାନ ଏବଂ ନେଦରଲ୍ୟାଣ୍ଡର ପ୍ରଦର୍ଶନ ପରେ ଟିମ୍ ଇଣ୍ଡିଆ ମଧ୍ୟ ଚକିତ ହୋଇଯାଇଛି। ମ୍ୟାଚ୍ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତର ବୋଲିଂ କୋଚ୍ ପାରାସ୍ ମହାମ୍ବ୍ରେ ଚୂଡ଼ାନ୍ତ ଏକାଦଶ ବା ପ୍ଲେଇଂ ଇଲେଭେନ୍ରେ ପରିବର୍ତ୍ତନ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି।
ପ୍ରାୟତଃ ଦେଖାଯାଇଛି ଯେ ଦଳଗୁଡିକ ବଡ଼ ଟୁର୍ଣ୍ଣ୍ରାମେଣ୍ଟରେ ନିଜ ବୋଲରମାନଙ୍କୁ ପରିବର୍ତ୍ତନ କରିଥାଆନ୍ତି। ବିଶେଷକରି ଦ୍ରୁତ ବୋଲରମାନେ ଲଗାତାର ୨/୩ଟି ମ୍ୟାଚ୍ ଖେଳିବା ପରେ ପରିବର୍ତ୍ତନ ହୋଇଥାଆନ୍ତି। କିନ୍ତୁ ବୋଲିଂ କୋଚ୍ ମହାମ୍ବ୍ରେ କହିଛନ୍ତି, ଗତିକୁ ବଜାୟ ରଖିବା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ତେବେ ମହମ୍ମଦ ଶାମି ଏବଂ ଆର ଅଶ୍ୱିନଙ୍କ ଭଳି ବୋଲରଙ୍କୁ ବାହାରେ ରଖିବା ଏକ କଷ୍ଟକର ନିଷ୍ପତ୍ତି । ଦଳ ପରିଚାଳକ ସେମାନଙ୍କୁ ସବୁକିଛି ସ୍ପଷ୍ଟ ଭାବରେ ଜଣାଇ ଦେଇଥାଆନ୍ତି।
ଯେତେବେଳେ ବି ଆମେ ଏକ ଦଳ ବାଛୁ, ଏହା ସ୍ପଷ୍ଟ ଯେ ଆମେ ପିଚ୍କୁ ଦୃଷ୍ଟିରେ ରଖି ସର୍ବୋତ୍ତମ ଦଳ ବାଛୁ। ଅଶ୍ୱିନଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚରେ ଖେଳାଯାଇଥିଲା। ସେହି ମ୍ୟାଚ୍ ଚେନ୍ନାଇର ସ୍ପିନିଙ୍ଗ ଟ୍ରାକରେ ଖେଳାଯାଇଥିଲା । ଏହା ପରେ ଟିମ୍ ଇଣ୍ଡିଆର ମ୍ୟାଚ୍ ଦିଲ୍ଲୀ ଏବଂ ଅହମଦାବାଦରେ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ଅଶ୍ୱିନଙ୍କ ସ୍ଥାନରେ ଦ୍ରୁତ ବୋଲିଂ ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁରଙ୍କୁ ଦଳରେ ସ୍ଥାନ ଦିଆଯାଇଥିଲା।’
ପାରାସ୍ ମହାମ୍ବ୍ରେ ବୁମରା ଏବଂ କୁଲଦୀପଙ୍କୁ ପ୍ରଶଂସା କରି କହିଥିଲେ ଯେ ଦୁହେଁ ଆମ ପାଇଁ ଟ୍ରମ୍ପକାର୍ଡ ପ୍ରମାଣିତ କରିଛନ୍ତି ।