ହାମିଲଟନ : ନ୍ୟୁଜିଲାଣ୍ଡ ଆଗରେ ୧୮୦ରନର ଲକ୍ଷ୍ୟ ଧାର୍ଯ୍ୟକଲା ଭାରତ, ନ୍ୟୁଜିଲାଣ୍ଡ ୫ ଓଭରରେ ୪୩

ହାମିଲଟନ : ହାମିଲଟନରେ ସେଡ୍ଡନ ପାର୍କରେ ଚାଲିଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ନ୍ୟୁଜିଲ୍ଲାଣ୍ଡ ଆଗରେ ୧୮୦ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି । ଏହାର ଜବାବରେ ନ୍ୟୁଜିଲାଣ୍ଡ ଦଳ ସର୍ବଶେଷ ଖବର ମିଳିବା ପର୍ଯ୍ୟନ୍ତ ୫ ଓଭରରେ କୌଣସି ଓ୍ଵିକେଟ ନହରାଇ ୪୩ ରନ ସଂଗ୍ରହ କରିଛି । ଦଳ ପକ୍ଷରୁ ମାର୍ଟିନ ଗପ୍ଟିଲ ୨୨ରନ ଓ କଲିନ ମନରୋ ୧୦ ରନ ସଂଗ୍ରହ କରି ଅପରାଜିତ ଅଛନ୍ତି ।

image Credit : BCCI

ଆଜି ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳ ଟସ ଜିଣି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଭାରତ ପକ୍ଷରୁ ବ୍ୟାଟିଂ ଓପନ କରିଥିବା ରୋହିତ ଶର୍ମା ଓ ଲୋକେଶ ରାହୁଲ ଭଲ ମୂଳଦୂଆ ପକାଇଥିଲେ । ଉଭୟ ପ୍ରଥମ ଓ୍ଵିକେଟରେ ୮୯ ରନ ସଂଗ୍ରହ କରିଥିଲେ । କିନ୍ତୁ ଏହା ପରେ ଦଳ ମାତ୍ର ୭ ରନ ବ୍ୟବଧାନରେ ୩ଟି ଓ୍ଵିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର ସ୍କୋର ୮୯ ରନ ହୋଇଥିବାବେଳେ ରାହୁଲ ଓ ୯୪ ରନ ବେଳେ ରୋହିତ ଓ ୯୬ ରନ ବେଳେ ଶିଭମ ଦୁବେ ଆଉଟ ହୋଇଥିଲେ । ତେବେ ଅଧିନାୟକ ବିରାଟ କୋହଲି ଓ ଶ୍ରେୟସ ଆୟର ଉପଯୋଗୀ ଇନିଂସ ଖେଳି ଦଳକୁ ବିପଦରୁ ଉଦ୍ଧାର କରି ଏକ ସମ୍ମାନଜନକ ସ୍କୋର ଛିଡ଼ା କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ହାମିଶ ବେନେଟ ୫୪ ରନ ଦେଇ ୩ଟି ଓ୍ଵିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର