ପୁଣେ : ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମଠାରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ୨ୟ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ଦ୍ରୁତ ବୋଲର ଓ୍ବାସିଂଟନ ସୁନ୍ଦରଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଛି । ତାଙ୍କ ବୋଲିଂର ସାମନା କରିନପାରି ନ୍ୟୁଜିଲାଣ୍ଡ ମାତ୍ର ୨୫୯ ରନରେ ଅଲଆଉଟ ହୋଇଯାଇଛି । ଆଜିର ଷ୍ଟମ୍ସ ଅପସାରଣ ବେଳକୁ ଭାରତ ୧ ଓ୍ବିକେଟ ହରାଇ ୧୬ ରନ କରିଛି । ରୋହିତ ଶର୍ମା ୦ ରନ କରି ଆଉଟ ହୋଇଛନ୍ତି ।
ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ଦଳକୁ ଝଟକା ଦେଇଥିଲେ ରବିଚନ୍ଦ୍ରନ ଅଶ୍ବୀନ । ସେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଟମ୍ ଲଥାମ, ଦେଓ୍ବନ କନଓ୍ବେ ଓ ଓ୍ବିଲ ୟଙ୍ଗଙ୍କ ଓ୍ବିକେଟ ନେଇଥିଲେ । ପ୍ରଥମ ୩ଟି ଓ୍ବିକେଟ ଅଶ୍ବୀନ ନେବା ପରେ ଓ୍ବାସିଂଟନ ସୁନ୍ଦରଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଥିଲା । ସେ ନ୍ୟୁଜିଲାଣ୍ଡ ଦଳର ଅବଶିଷ୍ଟ ୭ ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଦେଇଥିଲେ । ୫୯ ରନ ଦେଇ ଏହି ୭ଟି ଓ୍ବିକେଟ ନେଇଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ କନଓ୍ବେ ୭୬ ରନ କରିଥିବାବେଳେ ରାଚିନ ରବୀନ୍ଦ୍ର ୬୫ ରନ କରିଥିଲେ । ମିଚେଲ ସାଣ୍ଟନର ୩୩ ରନ କରିଥିଲେ । ବେଙ୍ଗାଲୁରୁରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ନ୍ୟୁଜିଲାଣ୍ଡ ଭାରତକୁ ୮ ଓ୍ବିକେଟରେ ପରାସ୍ତ କରିଥିଲା ।