ଟି-୨୦ ବିଶ୍ବକପ ଫାଇନାଲରେ ନ୍ୟୁଜିଲାଣ୍ଡ, ଇଂଲଣ୍ଡକୁ ୫ ଓ୍ବିକେଟରେ ହରାଇଲା

ଆବୁଧାବି : ଆବୁଧାବିଠାରେ ଖେଳାଯାଇଥିବା ଟି-୨୦ ବିଶ୍ବକପର ପ୍ରଥମ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଇଂଲଣ୍ଡକୁ ୫ ଓ୍ବିକେଟରେ ପରାସ୍ତ କରିଛି । ଏହି ବିଜୟ ସହ ନ୍ୟୁଜିଲାଣ୍ଡ ଫାଇନାଲର ପ୍ରବେଶ କରିଛି ।

ଇଂଲଣ୍ଡ ଦ୍ବାରା ରଖାଯାଇଥିବା ୧୬୭ରନର ବିଜୟ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ୧୯ ତମ ଓଭରରେ ୫ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଡାରିଲ ମିଚେଲ ଅପରାଜିତ ୭୨ ରନ କରି ଦଳୀୟ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେହିପରି ଡେଭନ କନଓ୍ବେ ୪୬ ରନ ଓ ନିସାମ ୨୭ ରନ କରିଥିଲେ ।

ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଇଂଲଣ୍ଡ ଆରମ୍ଭରୁ ସତର୍କତାର ସହ ଖେଳି ଥିଲା । କିନ୍ତୁ ପରେ ଦୁଇ ଓପନର ହାତଖୋଲା ସଟ ଖେଳିବା ଆରମ୍ଭ କରିଥିଲେ । ମାତ୍ର ଓପନର ଜନି ବେୟାରଷ୍ଟୋ ମାତ୍ର ୧୬ ରନ କରି ଆଉଟ ହେବା ପରେ ଦଳକୁ ଝଟକା ଲାଗିଥିଲା । କିନ୍ତୁ ଜସ ବଟଲର ସତର୍କତାର ସହ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ସେ ୨୪ ବଲରୁ ୨୯ ରନ କରିଥିଲେ । ଓପନିଂ ଯୋଡ଼ି ଆଉଟ ହେବା ପରେ ଆସିଥିବା ଡାଓ୍ବିଡ ମଲାନ ଓ ମୋଇନ ଅଲ୍ଲୀ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ଅଲ୍ଲୀ ୩୬ ବଲରୁ ନିଜର ଅର୍ଦ୍ଧଶତକ କରିଥିଲେ । ସେହିପରି ମଲାନ ୪୨ରନ ଓ ଲିଆମ ଲିଭିଙ୍ଗଷ୍ଟୋନ ୧୭ ରନ କରିଥିଲେ ।

ସମ୍ବନ୍ଧିତ ଖବର