ନ୍ୟୁଜିଲାଣ୍ଡ ଦିନିକିଆ: ୫୩ରନ୍‌ରେ ନ୍ୟୁଜିଲାଣ୍ଡର ୩ୟ ଓ୍ଵିକେଟ ପତନ

ନାପିଏର: ଅଷ୍ଟ୍ରେଲିଆରେ ଐତିହାସିକ ଶୃଙ୍ଖଳା ବିଜୟ ହାସଲ କରିବା ପରେ ଭାରତୀୟ କ୍ରିକେଟ୍‌ ଦଳ ନ୍ୟୁଜିଲାଣ୍ଡ ଅଭିଯାନରେ ଆରମ୍ଭ କରିଛି। ଆଜି ପାଞ୍ଚ ଟିକିଆ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲା ନାପିଏର ଠାରେ ଆରମ୍ଭ ହୋଇଛି। ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ ଓ୍ଵିଲିୟମସନ୍‌ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତିତେବେ ଭିନ୍ନ ପରିବେଶରେ ମଧ୍ୟ ଭାରତୀୟ ବୋଲରମାନେ କମାଲ ପ୍ରଦର୍ଶନ କରିଛନ୍ତି। ନିଜର ପ୍ରଥମ ଓ ଦ୍ୱିତୀୟ ଓଭରରେ ଲାଗାତର ଦୁଇଟି ଓ୍ଵିକେଟ ନେଇ ଭାରତୀୟ ବୋଲରମାନଙ୍କ ମଧ୍ୟରେ ସାମି ଉତ୍ସାହ ଭରିଦେବା ପରେ ଖେଳର ୧୫ତମ ଓଭରରେ ୟୁଜବେନ୍ଦ୍ର ଚହଲ ରୋଜ ଟେଲରଙ୍କୁ ୨୪ ରନ୍‌ରେ କଟ୍‌ ଆଣ୍ଡ ବୋଲ୍‌ଡ ଆଉଟ୍‌ କରି ଭାରତକୁ ତୃତୀୟ ସଫଳତା ଦେଇଛନ୍ତି। ୧୫ତମ ଓଭର ସୁଦ୍ଧା ନ୍ୟୁଜିଲାଣ୍ଡ ୩ ଓ୍ଵିକେଟ ହରାି ସଂଗ୍ରହ କରିଛି ୫୩ ରନ।
ଖେଳର ଦ୍ୱିତୀୟ ଓଭରରେ ମହମ୍ମଦ ସାମି ଗୁପ୍‌ଟିଲଙ୍କୁ ବୋଲ୍ଡ କରି ଭାରତୀୟ ଶିବିରରେ ରୋମାଞ୍ଚ ଭରି ଦେଇଛନ୍ତି। ଗୁପ୍‌ଟିିଲ ମାତ୍ର ୫ ରନ୍‌ କରି ସାମିଙ୍କ ଏକ ଇନସ୍ୱିଙ୍ଗର ବଲରେ ବୋଲ୍‌ଡ ହୋଇ ପାଭିଲିୟନ ଫେରି ଯାଇଛନ୍ତି। ଗୁପ୍‌ଟିଲଙ୍କ ଓ୍ଵିିକେଟ ସହିତ ମହମ୍ମଦ ସାମି ଦିନିକିଆରେ ତାଙ୍କର ଶହେତମ ଓ୍ଵିକେଟ ଅକ୍ତିଆର କରିଛନ୍ତି। ସେହିପରି ୪ର୍ଥ ଓଭରରେ କଲିନ୍‌ ମୁନ୍‌ରୋଙ୍କୁ ବୋଲ୍ଡ କରି ସାମି ତାଙ୍କର ଦ୍ୱିତୀୟ ଓ୍ଵିକେଟ ଅକ୍ତିଆର କରିଛନ୍ତି। ପ୍ରାଥମିକ ବ୍ୟାଟି ବିପର୍ଯ୍ୟୟର ସମ୍ମୁଖିନ ହୋଇଥିବା ନୁଞଜିଲାଣ୍ଡ ଏହି ଚାପରୁ ମୁକୁଳିବାକୁ ଉଦ୍ୟମ ଚଳାଇଥିବା ବେଳେ ଚହଲ ରୋଜ୍‌ ଟେଲରଙ୍କୁ ଆଉଟ୍‌ କରି ନ୍ୟୁଜିଲାଣ୍ଡ ର ଚାପ ପୁଣି ବଢ଼ାଇ ଦେଇଛନ୍ତି।
ଭାରତୀୟ ଦଳ: ରୋହିତ ଶର୍ମା, ଶିଖର ଧାଓ୍ଵନ, ବିରାଟ କୋହଲି, ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ଅମ୍ବାତି ରାଇଡୁ, ବିଜୟ ଶଙ୍କର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର ଓ ମହମ୍ମଦ ସାମି।
ନ୍ୟୁଜିଲାଣ୍ଡ ଟିମ୍‌- ମାର୍ଟିନ ଗୁପ୍‌ଟିଲ, କଲିନ୍‌ ମୁନ୍‌ରୋ, କେନ ଓ୍ଵିଲୟମସନ, ରୋଜ ଟେଲର, ଟମ୍‌ ଲାଥମ, ହେନୋରୀ ନିକୋଲାସ, ମାଇକେଲ ସଣ୍ଟର, ଡି ବ୍ରେସେଓ୍ଵଲ, ଟିମ୍‌ ସଉଥି, ଲୋକି ଫର୍ଗୁସନ, ଟ୍ରେଣ୍ଟ ବୋଲ୍ଟ।

ସମ୍ବନ୍ଧିତ ଖବର