ହାମିଲଟନ୍ ଦିନିକିଆ: ଭାରତ ବିରୋଧରେ ନ୍ୟୁଜିଲାଣ୍ଡର ବୃହତ ବିଜୟ; ୮ ଓ୍ଵିକେଟରେ ହରାଇଲା

ହାମିଲଟନ୍‌ : ଆଜି ହାମିଲଟନ୍‌ଠାରେ ଅନୁଷ୍ଠିତ ଭାରତ-ନ୍ୟୁଜିଲ୍ୟାଣ୍ଡ  ୪ର୍ଥ ଦିନିକିଆ ମ୍ୟାଚକୁ ନ୍ୟୁଜିଲାଣ୍ଡ ଦଳ ଏକ ତରଫା ଭାବେ ଜିତି ଯାଇଛି। ଉଭୟ ବେଲିଂ ଓ ବ୍ୟାଟିଂରେ ଭାରତ ଠାରୁ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରି ମ୍ୟାଚ ଜିଣିବା ସହିତ ନ୍ୟୁଜିଲାଣ୍ଡ ସିରିଜ ପରାଜୟ ପରେ ନିଜ ସମ୍ମାନ ବଞ୍ଚାଇବାରେ କିଛିଟା ସଫଳ ହୋଇଛି। ଭାରତ ପକ୍ଷରୁ ନ୍ୟୁଜିଲାଣ୍ଡ ସମ୍ମୁଖର ରଖାଯାଇଥିବା ୯୩ ରନ୍‌ର ବିଜୟ ଲକ୍ଷ୍ୟକୁ ଦଳ ମାତ୍ର ୧୪.୪ ଓଭରରେ ୨ଉଇକେଟ ବିନିମୟରେ ହାସଲ କରି ନେଇଛି।

ଟସ୍‌ ଜିଣି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ନ୍ୟୁଜିଲାଣ୍ଡ ଆହ୍ଵାନ ଦେଇଥିଲା। ନିୟମିତ ଅଧିନାୟକ ବିରାଟ କୋହଲି ଓ ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନିଙ୍କ ଅନୁପସ୍ଥିତିରେ ଖେଳୁଥିବା ଭାରତୀୟ ଦଳର ବ୍ୟାଟିଂ ଲାଇନ୍‌-ଅପ୍‌ ନ୍ୟୁଜିଲାଣ୍ଡର ବୋଲିଂ ଆଗରେ ତାସ ଘର ପରି ଭୁଶୁଡ଼ି ପଡ଼ିଥିଲା। ଭାରତର ନିୟମିତ ବ୍ୟାଟ୍ସମ୍ୟାନମାନେ ନ୍ୟୁଜିଲାଣ୍ଡର ବୋଲ୍ଟ ଓ ଗ୍ରାଣ୍ଡସହୋମଙ୍କ ବୋଲିଂର ସାମନା କରି ନ ପାରି ଜଣକ ପରେ ଜଣେ ପାଭିଲିୟନକୁ ଧାଡ଼ି ଲଗାଇଥିଲେ। ତେବେ ଆଜି ଭାରତୀୟ ଦଳର ବ୍ୟାଟିଂରେ ସବୁଠାରୁ ବଡ଼ ପାର୍ଟନରସିପ୍‌ କୁଳଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ମଧ୍ୟରେ ହୋଇଛି। ଏହି ଯୋଡ଼ି ୯ମ ଓ୍ଵିକେଟ ଯୋଡ଼ିରେ ୨୫ରନ୍‌ର ପାର୍ଟନରସିପ୍‌ କରିବାରେ ସମର୍ଥ ହୋଇଛନ୍ତି। ବ୍ୟକ୍ତିଗତ ଭାବେ ୧୮ ରନ୍‌ କରିଥିବା ଚହଲ ଭାରତର ଟପ୍‌  ସ୍କୋରର ହୋଇଛନ୍ତି। ଭାରତ ୩୧ତମ ଓଭରରେ ମାତ୍ର ୯୨ରନ୍‌ରେ ସମସ୍ତ ଓ୍ଵିକେଟ ହରାଇ ନ୍ୟୁଜିଲାଣ୍ଡ ସମ୍ମୁଖରେ ମାତ୍ର ୯୩ରନ୍‌ର ବିଜୟ ଳକ୍ଷ୍ୟ ଧାର୍ଯ୍ୟ କରିଥିଲା। ଆଉ ଏହି ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡମାତ୍ର ୧୫ତମ ଓଭରରେ୨ ଓ୍ଵିକେଟ ବିନିମୟରେ ହାସଲ କରିନେଇଥିଲା।  ଭୁବନେଶ୍ୱର କୁମାର ନ୍ୟୁଜିଲାଣ୍ଡର ଦୁଇଜଣ ବ୍ୟାଟ୍ସମ୍ୟାନ ଗପ୍ଟିଲ୍ ଓ ଓ୍ଵିଲିୟମସନଙ୍କୁ ଆଉଟ୍‌ କରିବାରେ ସକ୍ଷମ ହୋଇଥିଲେ।


ସୂଚନାଯୋଗ୍ୟ ଯେ ଆଜି ଭାରତୀୟ ଦଳର ନେତୃତ୍ୱ ନେଇଥିଲେ ରୋହିତ ଶର୍ମା। ବିଶ୍ୱକପ୍‌ ପୂର୍ବରୁ ଆବଶ୍ୟକ ବିଶ୍ରାମ ପାଇଁ କୋହଲି ଆଜି ଓ େଓ୍ଵଲିଂଟନରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଶେଷ ମ୍ୟାଚ୍‌ ଏବଂ ତିନି ଟିକିଆ ଟି-୨୦ ଶୃଙ୍ଖଳାରେ ମଧ୍ୟ ଖେଳିବେ ନାହିଁ।

ଭାରତୀୟ ଦଳ : ରୋହିତ ଶର୍ମା (ଅଧିନାୟକ), ଶିଖର ଧାଓ୍ଵନ, ଅମ୍ବାତି ରାୟୁଡୁ, ଶୁବମନ ଗିଲ୍‌, କେଦାର ଯାଦବ, ଦିନେଶ କାର୍ତ୍ତିକ,ହାର୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, କେ ଖଲିଲ ଅହମ୍ମଦ ଓ ୟୁଜବେନ୍ଦ୍ର ଚହଲ।

ନ୍ୟୁଜିଲାଣ୍ଡ ଦଳ: କେନ୍‌ ଓ୍ଵିିଲିୟମସନ୍‌ (ଅଧିନାୟକ), ମାର୍ଟିନ ଗପ୍ଟଟିଲ, କଲିନ ଡି ଗ୍ରାଣ୍ଡହୋମ, ରସ୍‌ ଟେଲର, ଟମ୍‌ ଲାଥମ, ଜେମ୍‌ସ ନିସାମ, ମିଚେଲ ସାଣ୍ଟନର, ଟଡ୍‌ ଆସଲେ, ଲୋକି ଫର୍ଗୁସନ୍‌, ମାଟ୍‌ ହେନରୀ, ଟ୍ରେଣ୍ଟ ବୋଲ୍‌ଟ।

ସମ୍ବନ୍ଧିତ ଖବର