ତୌରଙ୍ଗା (ନ୍ୟୁଜିଲାଣ୍ଡ୍): ଏଠାରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଆମନ୍ତ୍ରଣୀୟ ହକି ପ୍ରତିଯୋଗିତାର ତୌରଙ୍ଗା ଚରଣରେ ବୃହତ୍ ବିଜୟରୁ ଅଭିଯାନ ଆରମ୍ଭ କରିବା ପରେ ଭାରତୀୟ ଦଳ ଝୁଣ୍ଟିଛି। ବୁଧବାର ଉଦ୍ଘାଟନୀ ମ୍ୟାଚ୍ରେ ଜାପାନକୁ ୬-୦ ଗୋଲ୍ରେ ପରାସ୍ତ କରିଦେଇଥିବା ଭାରତ ଗୁରୁବାର ନିଜର ଦ୍ୱିତୀୟ ମ୍ୟାଚ୍କୁ ବେଲ୍ଜିୟମ୍ ନିକଟରୁ ହାରିଯାଇଛି। ପ୍ରଥମାର୍ଧରେ ୦-୧ ଗୋଲ୍ରେ ପଛୁଆ ରହିବା ପରେ ଭାରତ ଆଉ ମ୍ୟାଚ୍କୁ ପ୍ରତ୍ୟାବର୍ତନ କରିପାରିପନଥିଲା। ମ୍ୟାଚ୍ର ଅଷ୍ଟମ ମିନିଟ୍ରେ ସେବାସ୍ତିଆନ୍ ଡୋକିର୍ଙ୍କ ଗୋଲ୍ ବେଲ୍ଜିୟମ୍କୁ ଅଗ୍ରଣୀ ଦେଇଥିଲା ବେଳେ ମଧ୍ୟାନ୍ତର ପରେ ତଥା ୩୪ ମିନିଟ୍ରେ ଭିକ୍ଟର େଓ୍ଵଗ୍ନେଜ୍ ଗୋଟିଏ ଗୋଲ୍ କରି ବେଲ୍ଜିୟମ୍କୁ ୨-୦ର ବିଜୟ ଭେଟି ଦେଇଥିଲେ। ଭାରତ ପ୍ରତିଯୋଗିତାରେ ପ୍ରଥମ ପରାଜୟ ବରଣ କରିଥିଲା ବେଳେ ଅନ୍ୟପଟେ ବେଲ୍ଜିୟମ୍ ପ୍ରଥମ ବିଜୟ ପାଇଥିଲା। ବୁଧବାର ପ୍ରଥମ ଦିବସରେ ଆୟୋଜକ ନ୍ୟୁଜିଲାଣ୍ଡ୍ ନିକଟରୁ ୪-୫ ଗୋଲ୍ରେ ପରାସ୍ତ ହେବା ପରେ ଭାରତ ବିପକ୍ଷ ବିଜୟ ବେଲ୍ଜିୟମ୍କୁ ଆଗକୁ ବଢ଼ିବାର ସୁଯୋଗ ଦେଇଛି। ଭାରତୀୟ ରକ୍ଷଣଭାଗକୁ ପୂରା ମ୍ୟାଚ୍ରେ ବେଲ୍ଜିୟମ୍ ଅଡୁଆରେ ପକାଇଥିଲା। ବଲ୍କୁ ନିୟଂତ୍ରଣରେ ରଖି ଭାରତୀୟ ଖେଳାଳିଙ୍କୁ ଚାପରେ ରଖିବା ସାଙ୍ଗକୁ ଅଧିକାଂଶ ସମୟରେ ଗୋଲ୍ ସୁଯୋଗ ସୃଷ୍ଟି କରିଥିଲା। ତଥାପି ଭାରତର ପ୍ରଥମ ପସନ୍ଦ ଗୋଲ୍ରକ୍ଷକ ମାନ୍ୟତା ପାଉଥିବା ପିଆର୍ ଶ୍ରୀଜେସ୍ ଚମତ୍କାର ପ୍ରଦର୍ଶନ କରି ଦଳକୁ ଅଧିକ ଗୋଲ୍ ବ୍ୟବଧାନରେ ହାରିବାରୁ ରକ୍ଷା କରିଥିଲେ। ଭାରତ ଦୁଇ ତିନିଟି ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଗୋଲ୍ କରିବାରେ ବିଫଳ ହୋଇଥିଲା। ଆସନ୍ତା ୨୦ ତାରିଖ (ଶନିବାର)ରେ ଭାରତ ତା’ର ତୃତୀୟ ମ୍ୟାଚ୍ ଆୟୋଜକ ନ୍ୟୁଜିଲାଣ୍ଡ୍ ସହ ଖେଳିବ।
ବେଲ୍ଜିୟମ୍ଠୁ ହାରିଲା ଭାରତ
ଚତୁଃରାଷ୍ଟ୍ରୀୟ ଆମନ୍ତ୍ରଣୀୟ ହକି
/sambad/media/post_attachments/wp-content/uploads/2017/11/hockey-8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)