ଆହତ ଲଥାମ୍‌ଙ୍କୁ ନେଇ ନ୍ୟୁଜିଲାଣ୍ଡ୍‌ ଚିନ୍ତିତ

ଅକ୍‌ଲାଣ୍ଡ୍‌: ୱିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ଟମ୍‌ ଲାଥାମ୍‌ଙ୍କ ଆହତକୁ ନେଇ ନ୍ୟୁଜିଲାଣ୍ଡ୍‌ ବିଶ୍ବକପ୍‌ ଦଳ ଚିନ୍ତା ପ୍ରକଟ କରିଛି। ଗତ ସପ୍ତାହରେ ବ୍ରିସ୍‌ବନ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ ବେଳେ ଲାଥାମ୍‌ ଆହତ ହୋଇଛନ୍ତି। ତାଙ୍କର ଏକ ଅଙ୍ଗୁଳି ଭାଙ୍ଗିଯାଇଛି। ଫଳରେ ଜୁନ୍‌ ୧ ତାରିଖରେ ଶ୍ରୀଲଙ୍କା ବିପକ୍ଷ ନ୍ୟୁଜିଲାଣ୍ଡ୍‌ର ପ୍ରଥମ ମ୍ୟାଚ୍‌ରେ ତାଙ୍କ ଖେଳିବା ନେଇ ସନ୍ଦେହ ଜାତ ହୋଇଛି। ଆଉ ଯଦି ଲଥାମ୍‌ ଠିକ୍‌ ସମୟରେ ସୁସ୍ଥ ନହୁଅନ୍ତି, ତେବେ ୧୯୮୭ ପରେ ବିଶ୍ବକପ୍‌ ଜରିଆରେ ଦିନିକିଆ ଆନ୍ତର୍ଜାତିକ ପଦାର୍ପଣ କରିବାରେ ଟମ୍‌ ବ୍ଲଣ୍ଡେଲ୍‌ ପ୍ରଥମ ନ୍ୟୁଜିଲାଣ୍ଡ୍‌ ଖେଳାଳି ‌ହେବେ। ବ୍ଲଣ୍ଡେଲ୍‌ ହିଁ ଦ୍ବିତୀୟ ପସନ୍ଦର ୱିକେଟ୍‌ରକ୍ଷକ ଭାବେ ଟିମ ସିଫର୍ଟଙ୍କୁ ପଛରେ ପକାଇ ନ୍ୟୁଜିଲାଣ୍ଡ୍‌ ବିଶ୍ବକପ୍‌ ଦଳରେ ସାମିଲ ହୋଇଛନ୍ତି। ବ୍ଲଣ୍ଡେଲ ମଧ୍ୟ ନିକଟରେ ଅଙ୍ଗୁଳି ଆଘାତରୁ ମୁକୁଳିଛନ୍ତି। ତଥାପି ସିଫର୍ଟ ଓ ଟେଷ୍ଟ୍‌ ୱିକେଟ୍‌ରକ୍ଷକ ବିଜେ ୱାଟ୍‌ଲିଙ୍ଗ୍‌ ନ୍ୟୁଜିଲାଣ୍ଡ୍‌ ଷ୍ଟାଣ୍ଡ୍‌ବାଇ ଦଳରେ ରହିଥିବାରୁ ଦଳ ଆଶ୍ବସ୍ତ ଅଛି ବୋଲି ନ୍ୟୁଜିଲାଣ୍ଡ୍‌ ମନୋନୟନକର୍ତା ଗାଭିନ୍‌ ଲାର୍ସେନ୍‌ କହିଛନ୍ତି। ହେଲେ ରବିବାର ଉଭୟ ସିଫର୍ଟ ଓ ୱାଟ୍‌ଲିଙ୍ଗ୍‌ ଦଳ ସହ ଇଂଲଣ୍ଡ୍‌ ଗସ୍ତ କରିବେ ନାହିଁ ବୋଲି ଲାର୍ସେନ୍‌ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର