କାନପୁରର ଶୃଙ୍ଖଳା ନିର୍ଣ୍ଣାୟକ ଲଢ଼େଇ ଚଳିତ ଭାରତୀୟ କ୍ରିକେଟ୍ ଋତୁର ସବୁଠାରୁ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ତଥା ସଂଘର୍ଷପୂର୍ଣ୍ଣ ମୁକାବିଲା ଥିଲା। ନ୍ୟୁଜିଲାଣ୍ଡ ଜବରଦସ୍ତ ଟକ୍କର ଦେବା ପରେ ଅଳ୍ପକେ ବିଜୟରୁ ବଞ୍ଚିତ ହେଲା। କଷ୍ଟକର ପଶ୍ଚାତଧାବନର ଶେଷ ୪ ଓଭର ପର୍ଯ୍ୟନ୍ତ ମ୍ୟାଚ୍ କିନ୍ତୁ ପୂରା ନ୍ୟୁଜିଲାଣ୍ଡ ପଞ୍ଝାରେ ଥିଲା। ଏହା ପରେ ଭୁବନେଶ୍ୱର କୁମାର ଏବଂ ଯସପ୍ରୀତ ବୁମରା ସବୁକିଛି ଓଲଟ ପାଲଟ କରିଦେଲେ। ମୁଁ ଭାବୁଛି ଭାରତ ଏହି ମ୍ୟାଚ୍ ଜିତି ନଥିଲା ବରଂ ନ୍ୟୁଜିଲାଣ୍ଡ ନିଜ ଭୁଲରୁ ପରାଜିତ ହୋଇଥିଲା। ଠିକ୍ ବର୍ଷକ ତଳେ ବିଶାଖାପାଟଣାଠାରେ ଅମିତ ମିଶ୍ରାଙ୍କ ସ୍ପିନରେ ଏହିଭଳି ଭାବେ ନ୍ୟୁଜିଲାଣ୍ଡ ପୂରା ଘୂରି ଯାଇଥିଲା। ଶୃଙ୍ଖଳା ୨-୨ରେ ଥିଲା ବେଳେ ମିଶ୍ରାଙ୍କ ଯାଦୁରେ ଭାରତ ଶୃଙ୍ଖଳା ଜିତି ନେଇଥିଲା। ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଆକର୍ଷଣୀୟ ଶତକ ବଳରେ ସ୍କୋର ଯେତେବେଳେ ୩୩୭ ରନ୍ରେ ପହଞ୍ଚିଗଲା, ଅନେକ ଭାବିନେଲେ ଯେ ଭାରତ ସହଜ ବିଜୟ ପାଇବ। ହେଲେ କଲିନ ମୁନ୍ରୋ ଏବଂ କେନ୍ ଓ୍ଵିଲିୟମସନ୍ ଯେଉଁ ଭଳି ଭାବେ ନ୍ୟୁଜିଲାଣ୍ଡ ପାଇଁ ସୁଯୋଗ ସୃଷ୍ଟି କଲେ ତାହା ଦେଖିଲା ଭଳି ଥିଲା। ମୁନ୍ରୋ ତାଙ୍କ ସ୍ୱାଭିବିକ ଖେଳ ଖେଳି ବହୁ ଦର୍ଶନୀୟ ସଟ୍ ଖେଳିଲେ। ଓ୍ଵିଲିୟମସନ୍ ନିଜ ଶ୍ରେଷ୍ଠ ଲୟକୁ ଫେରିବାର ସଙ୍କେତ ଦେଲେ। ଅନ୍ୟପକ୍ଷରେ ଭୁବନେଶ୍ୱରଙ୍କ ପାଇଁ ବିରଳ ଖରାପ ଦିନ ଥିଲା। ଓ୍ଵିଲିୟମସନ୍ ଏବଂ ମୁନ୍ରୋଙ୍କୁ ଆଉଟ୍ କରି ଚହଲ ମ୍ୟାଚ୍ରେ ପ୍ରଥମ ମୋଡ଼ ଆଣିଥିଲେ। ବ୍ୟାଟିଂକୁ ସୁହାଉଥିବା ପିଚ୍ରେ ବ୍ୟାଟ୍ସମ୍ୟାନଙ୍କୁ ବଡ଼ ସଟ୍ ଖେଳିବାର ଲୋଭ ଦେଖାଇ ସେ ସଫଳ ହେଲେ। ତାଙ୍କୁ ଭଲ ଟର୍ନ ଏବଂ ବାଉନ୍ସ ବି ମିଳୁଥିଲା। ଦୁଇ ଯୁବ ତାରକା ଟମ୍ ଲାଥାମ ଏବଂ ହେନରି ନିକୋଲାସଙ୍କ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ ପାଇଁ ନ୍ୟୁଜିଲାଣ୍ଡ ପୁଣି ଥରେ ମ୍ୟାଚ୍କୁ ଫେରିଥିଲା। ଭୁବି ଏକ ଚମତ୍କାର ବଲ୍ରେ ନିକୋଲାସଙ୍କୁ ଆଉଟ୍ କରିବା ପରେ ଲାଥମଙ୍କ ରନ୍ ଆଉଟ୍ ହିଁ ନ୍ୟୁଜିଲାଣ୍ଡ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା। ବୁମ୍ରା ପୁଣି ଥରେ ଭାରତର ଟ୍ରମ୍ପକାର୍ଡ ସାବ୍ୟସ୍ତ ହେଲେ। ୟର୍କର ଏବଂ ଧିମା ବଲ୍ର ଯାଦୁଗର ବୋଲି ସେ ଆଉ ଥରେ ପ୍ରମାଣିତ କଲେ। ଅଧିନାୟକ ଭାବେ ବିରାଟଙ୍କୁ ଆଉଟିକେ ପରିପକ୍ୱ ହେବାକୁ ପଡ଼ିବ ବୋଲି ମୁଁ ଭାବୁଛି। ଉଦାହରଣ ସ୍ୱରୂପ ଭୁବି ପ୍ରଥମ ତିନି ଓଭରରେ ମହଙ୍ଗା ସାବ୍ୟସ୍ତ ହେବା ପରେ ସେ ଚହଲଙ୍କୁ ଆଣି ରନ୍ ହାରରେ ଅଙ୍କୁଶ ଲଗାଇ ପାରି ଥାଆନ୍ତେ। ତେବେ ବ୍ୟାଟ୍ରେ ବିରାଟ ଏବଂ ତାଙ୍କ ଡେପୁଟି ଚମତ୍କାର ଖେଳ ଖେଳିଲେ। ତାଙ୍କ ବ୍ୟାଟିଂରେ ବୈଷୟିକ ତୃଟି ଥିବା ରୋହିତ ମ୍ୟାଚ୍ ପୂର୍ବରୁ ସ୍ୱୀକାର କରିଥିଲେ। ଯାହା ତାଙ୍କ ମହାନତାକୁ ଦର୍ଶାଏ। କାନପୁରରେ ବଡ଼ ଶତକ ହାସଲ କରି ସେ କ’ଣ କରିପାରିବେ ମଧ୍ୟ ତାହାର ଝଲକ ଦେଖାଇଦେଲେ। (ଗେମ୍ପ୍ଲାନ୍)
ନ୍ୟୁଜିଲାଣ୍ଡ ନିଜ ଗୋଡ଼କୁ ନିଜେ ହାଣିଲା:ଭିଭିଏସ୍ ଲକ୍ଷ୍ମଣ
/sambad/media/post_attachments/wp-content/uploads/2017/10/Coach-VVS-Laxman-during-the-IPL-Auction-2017.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)