ଇଣ୍ଡିଜ୍‌ ବିପକ୍ଷରେ ନ୍ୟୁଜିଲାଣ୍ଡ୍‌ର ପାଳି ବିଜୟ

େଓ୍ଵଲିଂଟନ୍‌: ମାତ୍ର ୪୬ ରନ୍‌ ଭିତରେ ଶେଷ ୬ ଓ୍ଵିକେଟ୍‌ ହରାଇଦେବା ଫଳରେ େଓ୍ଵଲିଂଟନ୍‌ ଟେଷ୍ଟ୍‍କୁ ଭ୍ରମଣକାରୀ େଓ୍ଵଷ୍ଟଇଣ୍ଡିଜ୍‌ ଦଳ ଏକ ପାଳି ଓ ୬୭ ରନ୍‌ରେ ହାରିଯାଇଛି। ଏହି ବିଜୟ ସହିତ ୨ ମ୍ୟାଚ୍‌ ଟେଷ୍ଟ୍‍ ଶୃଙ୍ଖଳାରେ ଘରୋଇ ନ୍ୟୁଜିଲାଣ୍ଡ୍‌ ୨-୦ରେ ଆଗୁଆ ହୋଇଛି। ମ୍ୟାଚ୍‌ରେ ମୋଟ ୯ ଓ୍ଵିକେଟ୍‌ ନେଇଥିବା ନିଲ୍‌ ଓ୍ଵାଗ୍‌ନର୍‌ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ସୋମବାର େଓ୍ଵଷ୍ଟଇଣ୍ଡିଜ୍‌ ୨୧୪/୨ରୁ ଖେଳିବାବେଳେ ଅନ୍ୟୁନ ମ୍ୟାଚ୍‌ ପଞ୍ଚମ ଦିବସକୁ ଯିବା ଏବଂ ନ୍ୟୁଜିଲାଣ୍ଡ୍‌ ଦ୍ୱିତୀୟ ପାଳି ଖେଳିବାର ସମ୍ଭାବନା ଥିଲା। କିନ୍ତୁ ଲଢ଼େଇ କରିଥିବା ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ କ୍ରେଗ୍‌ ବ୍ରାଥ୍‌େଓ୍ଵଟ୍‌ (୯୧)ଙ୍କୁ ମିଚେଲ୍‌ ସାଣ୍ଟନର୍‌ ପ୍ୟାଭିଲିଅନ୍‌ ଫେରାଇ ଦେବା ପରେ ଇଣ୍ଡିଜ୍‌ ଖେଳାଳି ପ୍ୟାଭିଲିଅନ୍‌କୁ ଫେରିବାକୁ ଧାଡ଼ି ବାନ୍ଧିଥିଲେ। ଘରୋଇ ଦଳର ଦ୍ରୁତ ବୋଲରମାନେ ଓ୍ଵିକେଟ୍‌ ବାଣ୍ଟି ନେଇଥିଲେ। ଚତୁର୍ଥ ଦିବସରେ ୪୦ ଓଭର ଖେଳି ଦଳ ୧୦୫ ରନ୍‌ ଯୋଡ଼ି ୮ ଓ୍ଵିକେଟ୍‌ ହରାଇଥିଲା। ଶେଷ ୫ ଓ୍ଵିକେଟ୍‌କୁ ଦଳ ୯ ଓଭର ଓ ୩୩ ରନ୍‌ ଭିତରେ ହରାଇଥିଲା। ଫଳରେ ଦ୍ୱିତୀୟ ପାଳିରେ ୩୧୯ ରନ୍‌ କରି ଇଣ୍ଡିଜ୍‌ ଦେଢ଼ ଦିନ ପୂର୍ବରୁ ଆତ୍ମ ସମର୍ପଣ କରିଥିଲା।
ସଂକ୍ଷୀପ୍ତ ସ୍କୋର: େଓ୍ଵଷ୍ଟଇଣ୍ଡିଜ୍‌: ୧୩୪ (ପାେଓ୍ଵଲ-୪୨, ଓ୍ଵାଗ୍‌ନର୍‌-୭/୩୯)। ଏବଂ ୩୧୯ (କ୍ରେଗ୍‌ ବ୍ରାଥ୍‌େଓ୍ଵଟ୍‌-୯୧, ସିମରନ୍‌ ହେଟମେୟର-୬୬, କିରଣ ପାେଓ୍ଵଲ-୪୦, ସାଇ ହୋପ୍‌-୩୧, ମ୍ୟାଟ୍‌ ହେନରି-୩/୫୭, କଲିନ୍‌ ଗ୍ରାଣ୍ଡ୍‌ହୋମ୍‌-୨/୪୦, ଟ୍ରେଣ୍ଟ୍‌ ବୋଲ୍‌ଟ-୨/୮୭, ନିଲ୍‌ ଓ୍ଵାଗନ୍‌ର-୨/୧୦୨, ମିଚେଲ୍‌ ସାଣ୍ଟନର୍‌-୧/୧୫)। ନ୍ୟୁଜିଲାଣ୍ଡ୍‌: ୫୨୦/୯, ଘୋଷିତ (କଲିନ୍‌ ଗ୍ରାଣ୍ଡହୋମ୍‌-୧୦୫*, ଟମ୍‌ ବ୍ଲଣ୍ଡେଲ୍‌-୧୦୭*, ରସ୍‌ ଟେଲର୍‌-୯୩, କେମାର ରୋଚ୍‌-୩/୮୫, ମିଗୁଏଲ୍‌ କମିନ୍‌ସ-୨/୯୨, ରସ୍ତନ ଚେଜ୍‌-୨/୯୫)।

ସମ୍ବନ୍ଧିତ ଖବର