ଆଇପିଏଲ୍‌ରେ ସମ୍ପୂର୍ଣ୍ଣ ରହିବେ ନ୍ୟୁଜିଲାଣ୍ଡ ଖେଳାଳି

ମୁମ୍ବାଇ,: ନ୍ୟୁଜିଲାଣ୍ଡ କ୍ରିକେଟ୍‌ ସୋମବାର ନିଜର ଖେଳାଳିଙ୍କୁ ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ସମ୍ପୂର୍ଣ୍ଣ ଉପସ୍ଥିତ ରହିବା ଲାଗି ଅନୁମତି ଦେଇଛି। ଆଇପିଏଲ୍‌ ପ୍ରସାରଣ କାର୍ଯ୍ୟାଳୟ ପକ୍ଷରୁ ସୋମବାର ଆୟୋଜିତ ଏକ ସ୍ବତନ୍ତ୍ର ବୈଠକରେ ନ୍ୟୁଜିଲଣ୍ଡ୍‌ କ୍ରିକେଟ୍‌ର ସାଧାରଣ ପ୍ରବନ୍ଧକ ଜେମ୍ସ ୱେର୍‌ ଏହି ବିଷୟରେ ଘୋଷଣା କରିଥିଲେ। ଆଇପିଏଲ୍‌ ପରେ ପରେ ବିଶ୍ବକପ୍‌ ଆରମ୍ଭ ହେବାକୁଥିଲା ବେ‌ଳେ ଆମ ଖେଳାଳିମାନେ ସାରା ବିଶ୍ବର ଖେଳାଳିଙ୍କ ବିରୋଧରେ ଖେଳିବେ। ଫଳରେ ଏହି ଅଭିଜ୍ଞତା ବିଶ୍ବକପ୍‌ରେ କାମରେ ଲାଗିବ ବୋଲି ସେ କହିଥିଲେ। ନୁଜିଲାଣ୍ଡର ୧୧ ଖେଳାଳି ଆଇପିଏଲ୍‌ ସହ ଚୁକ୍ତିଭୁକ୍ତ ରହିଛନ୍ତି। ଏଥିରେ ଅଧିନାୟକ ‌କେନ୍‌ ୱିଲିୟମ୍ସ, ଦ୍ରୁତ ବୋଲର ଟିମ୍‌ ‌ସାଉଦି, ଆଦାମ ମିଲ୍‌ନେ, ଟ୍ରେଣ୍ଟ୍‌ ବୋଲ୍ଟ ଏବଂ ମିଚେଲ୍‌ ମ୍ୟା‌କ୍ଲିନାଘନ ସାମିଲ ଅଛନ୍ତି। ଅନ୍ୟପକ୍ଷରେ ବିଶ୍ବକପ୍‌କୁ ନଜରରେ ରଖି ଅଷ୍ଟ୍ରେଲିଆ ଓ ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ ଆଇପିଏଲ୍‌-୨୦୧୯ ‌ପାଇଁ ଖେଳାଳି ଅନୁମତି ‌ଦେଉନାହିଁ।

ସମ୍ବନ୍ଧିତ ଖବର