ବିଶ୍ୱକପ୍‌ ୨୦୧୯ ପାଇଁ ପ୍ରସ୍ତୁତି: ଆଗାମୀ ୩ ସପ୍ତାହ ନିର୍ଦ୍ଧାରଣ କରିବ ଧୋନି, ପନ୍ତ, କୁଲଦୀପ, ଖଲିଲ ଓ ଚହଲଙ୍କ ଭାଗ୍ୟ

ସିଡନୀ: ଭାରତ ଜାନୁଆରୀ ୭ରେ ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ୪ର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲା ଏବଂ ଏବେ ଜାନୁଆରି ୧୨ରେ ୨୦୧୯ର ପ୍ରଥମ ଦିନିକିଆ ମ୍ୟାଚ ଖେଳିବାକୁ ଯାଉଛି। ସବୁଠାରୁ ଖୁସିର କଥା ଯେ ଏହି ୫ ଦିନରେ ହିଁ ବିଶ୍ୱକପ୍‌ କ୍ରିକେଟ ରଣନୀତି ପାଇଁ କିଛି ପରିବର୍ତ୍ତନ କରାଯାଇଛି, ଯାହାକୁ କି ଆଗାମୀ ବିଶ୍ୱକପ୍‌ ସହିତ ଦେଖାଯାଇ ପାରିବ। ସରଳ ଶବ୍ଦରେ କୁହାଯିବ ଯଦି ଭାରତ ସହିତ ଅନ୍ୟ ଟିମ୍‌ ଗୁଡ଼ିକ ମଧ୍ୟ ‘ବିଶ୍ୱକପ୍‌’ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

ଭାରତ ଏବଂ ଅଷ୍ଟ୍ରେଲିଆ ଟିମ ଆଗାମୀ ଶୃଙ୍ଖଳା କେବଳ ଜିତିବା ପାଇଁ ଖେଳିବେ ନାହିଁ ବରଂ ଉଭୟ ଟିମ୍‌ କିଛି ପ୍ରୟୋଗ କରିବେ, ଯାହାର ପ୍ରଭାବ ବିଶ୍ୱକପ୍‌ ଉପରେ ପଡ଼ିବ। ଉଭୟ ଟିମ୍‌ର ଲକ୍ଷ୍ୟ ବିଶ୍ୱକପ୍‌ ପୂର୍ବରୁ ନିଜକୁ ମଜବୁତ ଓ ପ୍ରଭାବଶାଳୀ କରିବା। ଆଗାମୀ ଦିନରେ ନିର୍ଦ୍ଧାରଣ ହେବ ଯେ, କେଉଁ ଖେଳାଳି ଟିମ୍‌ରେ ରହିବେ ଓ କେଉଁ ଖେଳାଳିଙ୍କ ସ୍ୱପ୍ନ ଅଧୁରା ରହିବ। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଦ୍ୱାରା ପରିଚାଳିତ ବିଶ୍ୱକପ୍‌ ଇଂଲଣ୍ଡ ଏବଂ ୱେଲସ୍‌ରେ ମେ’ ମାସ ୩୦ରୁ ଆରମ୍ଭ ହେବ।

ଭାରତ ସମେତ ଅନ୍ୟ ଟିମ୍‌ ଗୁଡ଼ିକ ବି ବିଶ୍ୱକପ୍‌ ପାଇଁ ୧୯ରୁ ୨୦ ଜଣ ଖେଳାଳିଙ୍କ କୋର ଟିମ୍‌ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ବିଶ୍ୱକପ୍‌ କୌଣସି ଦ୍ୱିପାକ୍ଷୀକ ଶୃଙ୍ଖଳା ନୁହେଁ ଯେ, ସେଠାକୁ ୧୯-୨୦ ଜଣ ଖେଳାଳିଙ୍କୁ ନେଇକି ସାଥୀରେ ଯିବେ। ଅର୍ଥାତ ବିଶ୍ୱକପ୍‌ ଆଇସିସିର ଆୟୋଜନ ହୋଇଥିବାରୁ ଏକ ଟିମ ଅଧିକାଂଶ ୧୫ ଜଣ ଖେଳାଳିଙ୍କୁ ନେଇପାରିବ।

ଏହି ଦୃଷ୍ଟିରୁ ଭାରତୀୟ ଟିମ ସଂପର୍କରେ ଯଦି କୁହାଯିବ, ଏହି ଟିମ୍‌ରେ ଅଧିନାୟକ, ଓପନର, ଦ୍ରୁତ ବୋଲର ଯୋଡ଼ି ସମେତ ୧୨-୧୩ ଜଣଙ୍କ ନାମ ସ୍ପଷ୍ଟ ହେଉଛି। କେବଳ ୨-୩ ଖେଳାଳି ବାକି ରହିବେ, ଯାହାକି ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ଦିନିକିଆ ଶୃଙ୍ଖଳା ପରେ ସ୍ପଷ୍ଟ ହୋଇଯିବ। ଭାରତୀୟ ଟିମ୍‌ ଜାନୁଆରି ୧୨ ଠାରୁ ଫେବ୍ରୁଆରି ୩ ମଧ୍ୟରେ ଏହି ଶୃଙ୍ଖଳାରେ ମହେନ୍ଦ୍ର ସିଂହ ଧୋନି, ଦିନେଶ କାର୍ତ୍ତିକ, ମହମ୍ମଦ ସାମି, ଖଲିଲ ଅହମଦ, କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ପ୍ରଦର୍ଶନ ପାଖାପାଖି ରହିଛି। ଧୋନି ଅନ୍ୟମାନଙ୍କ ତୁଳନାରେ ଅଧିକ ଫୋକସ ରହିବେ। କାରଣ ତାଙ୍କ ସ୍ଥାନରେ ଋଷଭ ପନ୍ତ ପ୍ରସ୍ତୁତ ଅଛନ୍ତି।

ସମ୍ବନ୍ଧିତ ଖବର