ଦୁବାଇ: ବ୍ରାଜିଲ୍ର ଫୁଟ୍ବଲ୍ ଆଇକନ୍ ନେମାର ଜୁନିୟର୍, ଖେଳ ବ୍ୟତୀତ ରିଅଲ୍ ଇଷ୍ଟେଟ୍ ଦୁନିଆରେ ବଡ଼ ଲମ୍ଫ ମାରିଛନ୍ତି। ଦୁବାଇର ବୁଗାଟି ରେସିଡେନ୍ସ ଅଞ୍ଚଳରେ ସେ ଏକ ପେଣ୍ଟହାଉସ୍ କିଣିଛନ୍ତି, ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ପାଖାପାଖି ୪୫୬ କୋଟି ଟଙ୍କା ହେବ। ନେମାରଙ୍କ ଏହି ବିଳାସପୂର୍ଣ୍ଣ ପେଣ୍ଟହାଉସ୍ର ଉପର ଭାଗରେ ଏକ ପ୍ରାଇଭେଟ୍ ପୁଲ୍ ରହିଛି। ଏଥିସହିତ ସମସ୍ତ ସୁବିଧା ଉପଲବ୍ଧ ଥିବା ଏକ ଫିଟ୍ନେସ୍ ସେଣ୍ଟର୍ ଅଛି। ଆଭ୍ୟନ୍ତରୀଣ ଭାଗରେ ଲାବଣ୍ୟ ଓ ଆଡ଼ମ୍ବରପୂର୍ଣ୍ଣ ସାଜସଜ୍ଜା ହୋଇଛି। ଘର ଭିତରକୁ ପ୍ରାକୃତିକ ଆଲୋକ ଆସିବା ବ୍ୟବସ୍ଥା ରହିଥିଲା ବେଳେ ଆଭିଜାତ୍ୟପୂର୍ଣ୍ଣ ଘରୋଇ ଉପକରଣ ଚାରିଆଡ଼େ ରଖାଯାଇଛି। ଘରର ଛାତ ଉପରଠୁ ଆରମ୍ଭ କରି ଏଲିଭେଟର୍ ପର୍ଯ୍ୟନ୍ତ, ସବୁକିଛି ବିଶ୍ବସ୍ତରୀୟ ବିଳାସର ନମୁନା ସଦୃଶ ହୋଇଛି। ସୂଚନାଯୋଗ୍ୟ, ନେମାର ଏବେ ସାଉଦି ଆରବ୍ କ୍ଲବ୍ ଅଲ୍-ହିଲାଲ ପକ୍ଷରୁ ଖେଳିବାକୁ ଚୁକ୍ତିଭୁକ୍ତ ହୋଇଛନ୍ତି। କିନ୍ତୁ ୨୦୨୩ ଅଗଷ୍ଟ ମାସରୁ ପାଖାପାଖି ୭୬୦ କୋଟି ଟଙ୍କାରେ ଦଳ ସହିତ ଯୋଡ଼ି ହୋଇଥିବା ନେମାର ଆହତ ଜନିତ ସମସ୍ୟାରେ ସଂଘର୍ଷ କରୁଛନ୍ତି। ନିକଟରେ ଏଏଫ୍ସି ଚାମ୍ପିଅନ୍ସ ଲିଗ୍ରେ ତାଙ୍କ ଗୋଡ଼ ମାଂସପେଶୀରେ ଆଘାତ ଲାଗିଥିଲା। ଯେଉଁଥିପାଇଁ ତାଙ୍କୁ ମାତ୍ର ଦୁଇଟି ମ୍ୟାଚ୍ ପରେ ବାହାରେ ରହିବାକୁ ପଡ଼ିଥିଲା।
ଦୁବାଇରେ ୪୫୬ କୋଟିର ପେଣ୍ଟହାଉସ୍ କିଣିଲେ ନେମାର
ବ୍ରାଜିଲ୍ର ଫୁଟ୍ବଲ୍ ଆଇକନ୍ ନେମାର ଜୁନିୟର୍, ଖେଳ ବ୍ୟତୀତ ରିଅଲ୍ ଇଷ୍ଟେଟ୍ ଦୁନିଆରେ ବଡ଼ ଲମ୍ଫ ମାରିଛନ୍ତି। ଦୁବାଇର ବୁଗାଟି ରେସିଡେନ୍ସ ଅଞ୍ଚଳରେ ସେ ଏକ ପେଣ୍ଟହାଉସ୍ କିଣିଛନ୍ତି, ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ପାଖାପାଖି ୪୫୬ କୋଟି ଟଙ୍କା ହେବ।
/sambad/media/media_files/2024/11/24/CNdwwZinpz3RXZ9CsQQy.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)