ଦକ୍ଷିଣ କୋରିଆ ବିପକ୍ଷରେ ଖେଳିବେ ନେମାର

ଦୋହା: ସୋମବାର ଦକ୍ଷିଣ କୋରିଆ ବିପକ୍ଷରେ ନେମାର ଖେ‌ଳିବେ। ଏନେଇ ବ୍ରାଜିଲ୍‌ ପ୍ରଶିକ୍ଷକ ଟାଇଟ୍‌ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି। ତଥାପି ରବିବାର ଶେଷ ଥର ପାଇଁ ତାଙ୍କୁ ପଡ଼ିଆରେ ପରୀକ୍ଷା କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ସର୍ବିଆ ବିପକ୍ଷ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ ବେଳେ ନେମାରଙ୍କ ଗୋଇଠିରେ ଆଘାତ ଲାଗିଥିଲା। ଫଳରେ ଦଳର ପରବର୍ତ୍ତୀ ଦୁଇ ମ୍ୟାଚ୍‌ରେ ସେ ଖେଳିପାରିନଥିଲେ। ତଥାପି ତାଙ୍କୁ ନକ୍‌ଆଉଟ୍‌ ବେଳକୁ ସୁସ୍ଥ କରାଇବା ପାଇଁ ବ୍ରାଜିଲ୍‌ ପକ୍ଷରୁ ଚିକିତ୍ସା ଜାରି ରଖାଯାଇଥିଲା। ସେହିପରି ଡାନିଲୋ ମଧ୍ୟ ସୁସ୍ଥ ହୋଇଥିଲା ବେଳେ ସେ ମଧ୍ୟ ସୋମବାର ମ୍ୟାଚ୍‌ରେ ଖେଳିବେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର