ନ୍ୟୁଜିଲାଣ୍ଡ-ଏ ବିପକ୍ଷ ଟେଷ୍ଟ୍‌ରୁ ରୋହିତଙ୍କୁ ବିଶ୍ରାମ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ‘ଏ’-ଭାରତ ‘ଏ’ ମଧ୍ୟରେ ଚଳିତ ମାସ ୧୬ ତାରିଖରୁ ‌ଖେଳାଯିବାକୁ ଥିବା ଟେଷ୍ଟ ଶୃଙ୍ଖଳାରୁ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି। ଏହି ନ୍ୟୁଜିଲାଣ୍ଡ୍‌ ଗସ୍ତରେ ଭାରତ-ଏ ଦଳ ତିନିଟି ଚାରିଦିନିଆ ଟେଷ୍ଟ ବ୍ୟତୀତ ୩ଟି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବ। ଭାରତୀୟ କ୍ରି‌କେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ଡାକ୍ତରୀ ଦଳର ପରାମର୍ଶ ଅନୁଯାୟୀ ରୋହିତଙ୍କୁ ଏହି ବିଶ୍ରାମ ମିଳିଛି। ‌ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ଅଧିକ ଅଭ୍ୟାସ ଲାଗି ଚୟନ ସମିତି ରୋହିତଙ୍କୁ ଏହି ଟେଷ୍ଟ ‌ଲାଗି ଚୟନ କରିଥିଲେ। ତେବେ ଏହି ମ୍ୟାଚ୍ ଖେଳିଲେ ୨୧ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦‌ରେ ରୋହିତଙ୍କ ଖେଳିବା ନେଇ ପ୍ରଶ୍ନ ଉଠିଥିଲା। ‌ସେ ମଧ୍ୟ ଭାରତୀୟ ‌ଟ୍ବେଣ୍ଟି-୨୦ ଦଳ ସହ ୧୬ ତାରିଖରେ ଅଷ୍ଟ୍ରେଲିଆ ଗସ୍ତ କରି ପାରିନଥା‌େନ୍ତ‌। ରୋହିତଙ୍କୁ ବିଶ୍ରାମ ମିଳିଥିଲା ବେଳେ ଅଜିଙ୍କ୍ୟ ରାହାଣେ, ମୁରଲୀ ବିଜୟ, ପୃଥ୍ବୀ ସ’, ପାର୍ଥିବ ପଟେଲ ଏବଂ ହନୁମା ବିହାରୀ ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷ ପ୍ରଥମ ଟେଷ୍ଟ ଖେଳି‌େବ। ରାହାଣେ ପ୍ରଥମ ଟେଷ୍ଟ୍‌ର ନେତୃତ୍ବ ନେବେ।
ଭାରତୀୟ ‘ଏ’ ଦଳ: ଆଜିଙ୍କ୍ୟ ରାହାଣେ (ଅଧିନାୟକ), ମୁରଲୀ ବିଜୟ, ପୃଥ୍ବୀ ସ’, ମୟଙ୍କ ଅଗ୍ରୱାଲ, ହନୁମା ବିହାରୀ, ପାର୍ଥିବ ପଟେଲ, କୃ‌ଷ୍ଣପା ଗୌତମ, ଶାହବାଜ ନଦୀମ, ମହମ୍ମଦ ସିରାଜ, ନବଦୀପ ସାଇନି, ଦୀପକ ଚହର, ରଜନୀଶ ଗୁରବାଣୀ, ବିଜୟ ଶଙ୍କର, ଶ୍ରୀକର ଭରତ।

ସମ୍ବନ୍ଧିତ ଖବର