ମାଉଣ୍ଟ ମଉନଗନୁଇ: ନ୍ୟୁଜିଲାଣ୍ଡ-େଓ୍ଵଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟେ୍ଵଣ୍ଟି-୨୦କୁ ବର୍ଷା ଧୋଇ ନେଇଛି। ସୋମବାର ଲଗାଣ ବର୍ଷା ପାଇଁ ମ୍ୟାଚ୍ର ୯ ଓଭର ପରେ ଆଉ ଖେଳ ହୋଇ ପାରି ନଥିଲା। ଫଳରେ ଅମ୍ପାୟାର ଏହାକୁ ବାତିଲ କରିବାକୁ ବାଧ୍ୟ ହୋଇଥିଲେ। ସେତେବେଳକୁ ଘରୋଇ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୪ ଓ୍ଵିକେଟ୍ ବିନିମୟରେ ୧୦୨ ରନ୍ କରି ନେଇଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମାତ୍ର ୧୮ ବଲ୍ରୁ ଅର୍ଧଶତକ ଅର୍ଜନ କରି ନିଜ ଦ୍ରୁତତମ ଅର୍ଧଶତକ କୀର୍ତ୍ତିମାନର ସମକକ୍ଷ ହୋଇଥିଲେ। ହେଲେ ବର୍ଷା ପାଇଁ ଏହା ବେକାର ଯାଇଥିଲା। ଛୋଟିଆ ପାଳି ଭିତରେ ସେ ୧୧ ଚୌକା ଏବଂ ୩ ଛକା ମାରି ଦର୍ଶକଙ୍କର ଭରପୁର ମନୋରଞ୍ଜନ କରିଥିଲେ। ତିନି ଟିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍କୁ ନ୍ୟୁଜିଲାଣ୍ଡ ୪୭ ରନ୍ରେ ଜିତି ନେଇ ୧-୦ରେ ଆଗୁଆ ରହିଛି।
ନ୍ୟୁଜିଲାଣ୍ଡ-ଇଣ୍ଡିଜ୍ ଦ୍ୱିତୀୟ ଟେ୍ଵଣ୍ଟି-୨୦ ଧୋଇଗଲା
/sambad/media/post_attachments/wp-content/uploads/2018/01/Twenty20_.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)