ହୋଟେଲ ରୁମ୍‌ରେ ଦେହଜୀବୀଙ୍କ ସହ ଧରାପଡ଼ିଲେ ଏହି ଫୁଟବଲ୍ ଖେଳାଳି !

ଲଣ୍ଡନ୍‌: ଇଂଲଣ୍ଡରେ ଜଣେ ଜଣାଶୁଣା ଫୁଟବଲ ଖେଳାଳିଙ୍କୁ ଦୁଇଜଣ ଯୁବକ ବ୍ଲାକ୍‌ମେଲ କରୁଥିବାର ଏକ ମାମଲା ସାମ୍ନାକୁ ଆସିଛି। ଏହି ଖେଳାଳିଙ୍କୁ ଦୁଇଜଣ ଯୁବକ ବ୍ଲାକ୍‌ମେଲ କରି ୪କୋଟି ୫୬ଲକ୍ଷ ଟଙ୍କା ଦାବି କରୁଛନ୍ତି।

ତେବେ ଘଟଣାଟି ହେଉଛି ଏପରି, ଫୁଟବଲ ଖେଳାଳି ହୋଟେଲ ରୁମରେ ଜଣେ ଦେହଜୀବୀଙ୍କ ସହିତ ରହିଥିବା କଥା ଦୁଇଜଣ ଯୁବକ ଜାଣି ପାରିଥିଲେ। ଏହି ଦୁଇଜଣ ଯୁବକ ଉକ୍ତ ଫୁଟବଲ ଖେଳାଳିଙ୍କୁ ଏହାକୁ ନେଇ ଧମକ ଦେବା ସହିତ ଟଙ୍କା ଦାବି କରିଥିଲେ। ଟଙ୍କା ନଦେଲେ ସେ ତାଙ୍କ ପାର୍ଟନରକୁ ଏ ବିଷୟରେ ଜଣାଇ ଦେବେ ବୋଲି କହିଥିଲେ।

ତେବେ ଖେଳାଳି ଦେହଜୀବୀଙ୍କୁ ରିସେପ୍‌ସନ୍‌ରୁ କି-କାର୍ଡ ନେଇ ଆସିବା ପାଇଁ କହିଥିଲେ। କିନ୍ତୁ ସେ ବିନା କି-କାର୍ଡରେ ରୁମ୍‌ରେ ପହଞ୍ଚି ଯାଇଥିଲେ। ଏହାପରେ ଦୁଇଜଣ ଲୋକ ରିସେପସନ୍‌ରୁ କି-କାର୍ଡ ନେଇ ସିଧା ଖେଳାଳିଙ୍କ ରୁମ୍‌ରେ ପଶିଥିଲେ। ଫୁଟବଲ ଖେଳାଳିଙ୍କୁ ଦୁଇଜଣ ଯୁବକ ଦେହଜୀବୀଙ୍କ ସହିତ ଥିବାର ଦେଖିବାକୁ ପାଇଥିଲେ। ଏହାପରେ ଖେଳାଳି ପର୍ସ, ମୋବାଇଲ ଫୋନ୍‌ ଓ କାର ଚାବି ରୁମ୍‌ରେ ଛାଡ଼ି ଆସି ଝରକା ବାଟେ ବାହାରକୁ ଚାଲି ଆସିଥିଲେ।

ସୂଚନାଯୋଗ୍ୟ, ଏହି ଘଟଣା ଯେଉଁ ହୋଟେଲରେ ଘଟିଲା ସେଠାରେ ପୁରା ଟିମ୍‌ ଥିଲେ। ସେ ଜଣେ ଯୁବତୀଙ୍କ ସହିତ ଡେଟ କରିଥିଲେ। କିନ୍ତୁ ଏଭଳି ଘଟଣା ଘଟିଯିବ ବୋଲି ତାଙ୍କୁ ଜଣା ନ ଥିଲା।

ଖେଳାଳିଙ୍କ କହିବାନୁସାରେ, ତାଙ୍କୁ ଜାଣିବୁଝି ଫସା ଯାଇଛି । ସେ ଦୁଇଜଣ ଯୁବକ ଓ କଲଗାର୍ଲକୁ ଗିରଫ କରିବା ପାଇଁ ପୁଲିସକୁ କହିଛନ୍ତି। କିନ୍ତୁ ଛାନ୍‌ଭିନ୍‌ ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର